www.samajalive.in
Sunday, December 7, 2025
14.1 C
Bhubaneswar

ରେଳ ବିକାଶ ପାଇଁ ଓଡ଼ିଶା​କୁ ​‌ଅନୁଦାନ ୫୯୯୩ କୋଟି

ନୂଆଦିଲ୍ଲୀ : ଓଡ଼ିଶାରେ ରେଳବାଇର ବିକାଶ ପାଇଁ କେନ୍ଦ୍ର ସରକାର ଅଧିକ ଗୁରୁତ୍ବ ପ୍ରଦାନ କରି ସର୍ବାଧିକ ଅନୁଦାନ ପ୍ରଦାନ କରିଛନ୍ତି । ୨୦୧୯-୨୦ ବଜେଟ୍‌ରେ ରେଳବାଇ କ୍ଷେତ୍ରରେ ରାଜ୍ୟକୁ ମୋଟ ୫୯୯୩ କୋଟି ଟଙ୍କାର ଅନୁଦାନ ମିଳିଛି । ଯାହା ପୂର୍ବବର୍ଷ ତୁଳନାରେ ୫୪୮କୋଟିରୁ ଅଧିକ ଏବଂ ରେଳବାଇ ବାବଦରେ ଓଡ଼ଶାକୁ ମିଳିଥିବା ସର୍ବାଧିକ ଅନୁଦାନ। ୨୦୧୮-୧୯ ଆର୍ଥିକ ବର୍ଷରେ ଓଡ଼ିଶାକୁ ୫,୨୫୨ କୋଟି ଟଙ୍କାର ରେଳ ଅନୁଦାନ ମିଳିଥିଲା। ସୂଚନାଯୋଗ୍ୟ ମଧ୍ୟବର୍ତ୍ତିକାଳୀନ ବଜେଟରେ ରାଜ୍ୟକୁ ରେଳବାଇ ପାଇଁ ୫୯୪୦ କୋଟି ଟଙ୍କାର ଅନୁଦାନ ମିଳିଥିବା ବେଳେ ୨୦୧୯-୨୦ ପୁର୍ଣ୍ଣାଙ୍ଗ ବଜେଟରେ ୫୯୯୩ କୋଟି ଟଙ୍କାର ଅନୁଦାନ ମିଳିଛି ।

ତେବେ ଚଳିତ ବଜେଟରେ ରାଜ୍ୟରେ ଅଧାରେ ରହିଥିବା ଅବା ନୂଆ ରେଳ ଲାଇନ ପାଇଁ ୧୪ ଶହ କୋଟି ଟଙ୍କା ଅନୁଦାନ ମିଳିଛି । ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ ପାଇଁ ୩୫୦ କୋଟି, ଅନୁଗୁଳ-ସୁକିନ୍ଦା ଲାଇନ ପାଇଁ ୨୫୦ କୋଟି, ହରିଦାସପୁର-ପାରାଦ୍ୱୀପ ପାଇଁ ୪୦୦ କୋଟି, ତାଳଚେର-ବିମଳାଗଡ଼ ପାଇଁ ୧୫୦ କୋଟି, ଜୟପୁର-ମାଲକାନଗିରି ପାଇଁ ୭୦ କୋଟି, ଜୟପୁର-ନବରଙ୍ଗପୁର ପାଇଁ ୧୦ କୋଟି, ସମ୍ବଲପୁର-ତାଳଚେର ଦୋହରା ରେଳ ଲାଇନ ପାଇଁ ୨୪୯ କୋଟି, ସମ୍ବଲପୁର-ଟିଟିଲାଗଡ଼ ଦୋହରା ରେଳ ଲାଇନ ପାଇଁ ୧୭୦ କୋଟି, ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ଲାଇନ ପାଇଁ ୮୬ କୋଟି, ବିଜୟନଗରମ୍‌-ସମ୍ବଲପୁର ତୃତୀୟ ଲାଇନ ପାଇଁ ୩୫୦ କୋଟି ଓ କୋରାପୁଟ-ସିଙ୍ଗାପୁର ରୋଡ଼୍‌ ପାଇଁ ୨୦୫ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହା ସହିତ ଫ୍ଲାଇଓଭର୍‌ ନିର୍ମାଣ ଓ ଇଲେକ୍ଟ୍ରି ଇଂଜିନ୍‌ ୱାର୍କସପ୍‌ ପାଇଁ ମଧ୍ୟ ବଜେଟ୍‌ରେ ଅର୍ଥ ବରାଦ କରାଯାଇଥିବା ଜଣାପଡିଛି। ପାର୍ଲାମେଣ୍ଟରେ ଚାଲିଥିବା ବଜେଟ ଆଳୋଚନାରୁ ଏହି ତଥ୍ୟ ଜଣାପଡିଛି।

- Advertisement -

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories