www.samajalive.in
Monday, December 8, 2025
27.1 C
Bhubaneswar

ଅଲକାଏଦାର ଚେତାବନୀ ପରେ ଜବାବ ଦେଲେ କାଶ୍ମିରୀ ଯୁବକ; ସେନାର ନିଯୁକ୍ତି ଅଭିଯାନରେ ସାମିଲ ହେଲେ

ଶ୍ରୀନଗର: କାଶ୍ମୀର ସ୍ବାଧୀନତା ଏବଂ ଭାରତୀୟ ସେନା ଉପରେ ଆକ୍ରମଣ ନେଇ ଆତଙ୍କବାଦୀ ସଂଗଠନ ଅଲକାଏଦା ମୁଖ୍ୟ ଆଇମାନ ଅଲ-ଜୱାହିରିଙ୍କ ଚେତାବନୀ ପରେ କାଶ୍ମୀର ଯୁବକମାନେ ଏହାର କଡ଼ା ଜବାବ ଦେଇଛନ୍ତି। ଅଲକାଏଦା ଚେତାବନୀର ପରଦିନ ବହୁ ସଂଖ୍ୟାରେ କାଶ୍ମୀର ଯୁବକ ଭାରତୀୟ ସେନାର ନିଯୁକ୍ତି ଅଭିଯାନରେ ସାମିଲ ହୋଇଛନ୍ତି। ପାଖାପାଖି ୫୫୦୦ ଯୁବକ ଏଥିରେ ଅଂଶଗ୍ରହଣ କରିଥିବା ସୂଚନା ମିଳିଛି। ଜାମ୍ମୁ-କାଶ୍ମୀରର ବାରାମୁଳା ଜିଲାରେ ଏହି ନିଯୁକ୍ତି ଅଭିଯାନ ବୁଧବାରଠାରୁ ଆରମ୍ଭ ହୋଇଛି ଏବଂ ଏହା ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ।

ମଙ୍ଗଳବାର ରାତିରେ ଅଲକାଏଦା ମୁଖ୍ୟ ଅଲ-ଜୱାହିରି କାଶ୍ମୀର ସମ୍ପର୍କରେ ଏକ ଭିଡିଓ ଜାରି କରିଥିଲେ। ଭିଡିଓରେ ସେ କହିଥିଲେ ଯେ, କାଶ୍ମୀରରେ ଅବସ୍ଥିତ ଜିହାଦୀ ଗୋଷ୍ଠୀଗୁଡ଼ିକୁ ଭାରତୀୟ ସେନା ଏବଂ ଉପରେ ଆକ୍ରମଣ କରିବାକୁ ଆହ୍ବାନ ଦେଇଥିଲେ। ଏହାଦ୍ବାରା ଭାରତର ଅର୍ଥନୀତି ଦୋହଲିଯିବ ଏବଂ ଦେଶର ସ୍ଥିତି ଖରାପ ହୋଇଯିବ ବୋଲି ସେ କହିଥିଲେ। କିନ୍ତୁ ଭିଡିଓ ଜାରି ହେବା ପରଦିନ କାଶ୍ମୀରର ବହୁ ସଂଖ୍ୟକ ଯୁବକ ଭାରତୀୟ ସେନା ନିଯୁକ୍ତି ଅଭିଯାନରେ ସାମିଲ ହୋଇଛନ୍ତି, ଯାହା ଅଲକାଏଦାକୁ କଡ଼ା ଜବାବ ସଦୃଶ ବୋଲି କୁହାଯାଉଛି। ଏହି ଅବସରରେ ଜଣେ ଯୁବକ କହିଥିଲେ, ମୁଁ ରାଜ୍ୟର ସବୁ ଯୁବକଙ୍କ ନିକଟରେ ଦାବି କରୁଛି ଯେ ସେମାନେ ଭାରତୀୟ ସେନାରେ ଯୋଗଦେବା ଲାଗି ଫର୍ମ ପୂରଣ କରନ୍ତୁ। ଆଉ ଜଣେ ଯୁବକ କହିଥିଲେ, ଭାରତୀୟ ସେନାରେ ଯୋଗଦେବା ମୋର ଗୋଟିଏ ବଡ଼ ସ୍ବପ୍ନ ଥିଲା। କାଶ୍ମୀରରେ ବହୁ ସଂଖ୍ୟାରେ ବେକାର ଯୁବକ ରହିଛନ୍ତି। ତେଣୁ ସେମାନେ ଭାରତୀୟ ସେନାରେ ଯୋଗ ଦିଅନ୍ତୁ ବୋଲି ମୁଁ କହୁଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories