www.samajalive.in
Monday, December 8, 2025
27.1 C
Bhubaneswar

ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ: ଆଜି ଖେଳ ବାତିଲ ହେଲେ ଜାଣନ୍ତୁ କ’ଣ ହେବ

ଲଣ୍ଡନ: ୨୦୧୯ କ୍ରିକେଟ ବିଶ୍ଵକପର ପ୍ରଥମ ସେମିଫାଇନାଲକୁ ବର୍ଷା ଏକପ୍ରକାର ଧୋଇ ଦେଇଛି। ମଙ୍ଗଳବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚ ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଛି। ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୪୬.୧ ଓଭରରେ ୫ ଉଇକେଟ ବିନିମୟରେ ୨୧୧ ରନ୍‌ କରିଥିବାବେଳେ ବର୍ଷା ଯୋଗୁ ମ୍ୟାଚ ବନ୍ଦ ରହିଥିଲା। ବୁଧବାର ପୁଣି ଥରେ ସେହିଠାରୁ ଖେଳ ଆରମ୍ଭ ହେବ ବୋଲି ନିଷ୍ପତ୍ତି ହୋଇଛି। ତେବେ ବୁଧବାର ମଧ୍ୟ ଖେଳ ପାଇଁ ପାଣିପାଗ ଅନୁକୂଳ ନାହିଁ। ସକାଳୁ ମଞ୍ଚେଷ୍ଟର ପଡ଼ିଆ ଆକାଶ ମେଘାଚ୍ଛନ୍ନ ରହିଥିବାବେଳେ ହାଲକା ବର୍ଷା ମଧ୍ୟ ହୋଇଯାଇଛି। ଅପରାହ୍ନ ୩ଟାରେ ଖେଳ ଆରମ୍ଭ ହେବା ପରେ ପୁଣି ବର୍ଷା ହୋଇପାରେ ବୋଲି ଲଣ୍ଡନର ପାଣିପାଗ ବିଗାଗ ପୂର୍ବାନୁମାନ କରିଛି। କାଲି ଭଳି ଆଜି ଯଦି ବର୍ଷା ବାଧା ଦିଏ ତେବେ ଡକୱର୍ଥ ଲୁଇସ୍‌ ପଦ୍ଧତି ଅନୁସାରେ ଓଭର କାଟ କରାଯିବା ସହିତ ଭାରତକୁ ନୂଆ ଟାର୍ଗେଟ ଦିଆଯିବ। କିନ୍ତୁ ବର୍ଷା ଯୋଗୁ ଯଦି ସମ୍ପୂର୍ଣ୍ଣ ଖେଳ ବନ୍ଦ ରୁହେ, ତେବେ କ’ଣ ହେବ ତାହାକୁ ନେଇ ପ୍ରଶଂସକମାନଙ୍କ ମଧ୍ୟରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି।

ଯଦି ଏଭଳି ହୁଏ ତା’ହେଲେ ଭାରତୀୟ ଟିମ୍‌ ଏବଂ ପ୍ରଶଂସକଙ୍କ ପାଇଁ ଖୁସି ଖବର ରହିଛି। କାରଣ ଏଭଳି ହେବା ଦ୍ବାରା ଟିମ୍‌ ଇଣ୍ଡିଆ ସିଧା ଫାଇନାଲରେ ପ୍ରବେଶ କରିବ। ଲିଗ୍‌ ମ୍ୟାଚର ପଏଣ୍ଟ ଟେବୁଲରେ ଭାରତ ପ୍ରଥମ ସ୍ଥାନରେ ରହିଛି। ତେଣୁ ବର୍ତ୍ତମାନ ବର୍ଷା ଯୋଗୁ ବୁଧବାର ମ୍ୟାଚ୍‌ ବନ୍ଦ ରହିଲେ ଏହାର ଫାଇଦା ଭାରତକୁ ମିଳିବ। ନେଟ୍‌ ରନ୍‌ରେଟ୍‌ ଏବଂ ପଏଣ୍ଟ ଆଧାରରେ ଟିମ୍‌ ଇଣ୍ଡିଆ ନ୍ୟୁଜିଲାଣ୍ଡଠାରୁ ବହୁ ଆଗରେ ରହିଛି। ବୁଧବାର ପୂରା ମ୍ୟାଚ ଖେଳାଗଲେ ଭାରତକୁ ନ୍ୟୁଜିଲାଣ୍ଡ ପକ୍ଷରୁ ଧାର୍ଯ୍ୟ ରନ୍‌କୁ ଚେଜ୍‌ କରିବାକୁ ପଡ଼ିବ। ଏହା ସହିତ ଆରମ୍ଭରୁ ଦଳ କିପରି ୱିକେଟ ନ ହରାଇବ ଏବଂ ରନ୍‌ ସଂଗ୍ରହ କରିବ ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ହେବ।

- Advertisement -

ଅନ୍ୟପଟେ ଯଦି ରହି ରହି ବର୍ଷା ହୁଏ ତା’ହେଲେ ଡକୱର୍ଥ ଲୁଇସ୍‌ ପଦ୍ଧତି ଅନୁସାରେ ମ୍ୟାଚ ଖେଳାଯିବ। ଫଳରେ ଭାରତ ପାଇଁ ନୂଆ ଟାର୍ଗେଟ ଧାର୍ଯ୍ୟ ହେବ। ଭାରତ ୪୬ ଓଭର ଖେଳିଲେ ୨୩୭ ରନ୍‌ର ଟାର୍ଗେଟ ଦିଆଯିବ। ସେହିପରି ୪୦ ଓଭର ପାଇଁ ୨୨୩ ରନ, ୩୫ ଓଭର ପାଇଁ ୨୦୯ ରନ, ୩୦ ଓଭର ପାଇଁ ୧୯୨ ରନ, ୨୫ ଓଭର ପାଇଁ ୧୭୨ ଏବଂ ୨୦ ଓଭର ପାଇଁ ୧୪୮ ରନ୍‌ର ଟାର୍ଗେଟ ଧାର୍ଯ୍ୟ କରାଯିବ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories