www.samajalive.in
Monday, December 8, 2025
27.1 C
Bhubaneswar

ବିଧାୟିକା କୁସୁମ ଟେଟେଙ୍କ ସାମ୍ବାଦିକ ସମ୍ମିଳନୀ

ସୁନ୍ଦରଗଡ଼ : କନିକା ଘଟଣା କ୍ରମଶଃ ଘନେଇବାରେ ଲାଗିଥିବା ବେଳେ ଆଜି ସନ୍ଧ୍ୟାରେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେଙ୍କ ସାମ୍ବାଦିକ ସମ୍ମିଳନୀ ଘଟଣାକୁ ଭିନ୍ନ ମୋଡ଼ ଦେଇଛି । କନିକାବାସୀ ଶାନ୍ତି ବଜାୟ ରଖିବାକୁ ବିଧାୟିକା କୁସୁମ ଟେଟେ ନିବେଦନ କରିଥିବା ବେଳେ ନିର୍ଦୋଷ ବ୍ୟକ୍ତିଙ୍କୁ ନ୍ୟାୟ ପ୍ରଦାନ କରାଯାଉ ଓ ଦୋଷୀ ପୁଲିସ ଅଧିକାରୀ ଓ ଘଟଣାରେ ସଂପୃକ୍ତ ପ୍ରକୃତ ଦୋଷୀଙ୍କୁ ଗିରଫ କରାଯାଉ ବୋଲି ସେ ଦାବି କରିଛନ୍ତି । ଶ୍ରୀମତୀ ଟେଟେ ବିଚାର ବିଭାଗୀୟ ତଦନ୍ତ ଦାବି କରି ଆଇନ ହାତକୁ ନେଇଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ଏଥିରେ ମୋର କିଛି ଆପତ୍ତି ନାହିଁ ମାତ୍ର ଘଟଣା ଘଟିଥିବା ରାତିରେ ପୁଲିସ ଫୋର୍ସ ଯେଭଳି ଭାବରେ ଅମାନୁସିକ ଓ ବର୍ବରଚିତ କାଣ୍ଡ ଭିଆଇଲେ ତାହା ଅତ୍ୟନ୍ତ ଲଜ୍ଜାଜନକ ଓ ଦୁଃଖଦାୟକ ବୋଲି କହି ଆଇନ ରକ୍ଷକ ଯଦି ଆଇନର ସମସ୍ତ ସୀମା ପରିସୀମାକୁ ଭୁଲି ହାତକୁ ନିଏ ତାହା ହେଲେ ଏହା ଅତ୍ୟନ୍ତ ଉଦ୍‌ବେଗ ଜନକ ବୋଲି କହିଥିଲେ । ସାମ୍ବାଦିକ ସମ୍ମିଳନୀରେ ଜିଲା ବିଜେପି ସଭାପତି ବଟକିଶୋର ମିଶ୍ର, ଆଇନଜୀବି ପ୍ରଦୀପ ମହାନ୍ତି ଓ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସମେତ ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ଥିଲେ । ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ବିଧାୟିକା ଟେଟେଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ସୁନ୍ଦରଗଡ଼ ଏସ.ପି ସୌମ୍ୟା ମିଶ୍ରାଙ୍କୁ ସାକ୍ଷାତ କରି ଘଟଣା ସଂପର୍କରେ ନିଜର ଉଦ୍‌ଭିଗ୍ନତା ପ୍ରକାଶ କରିବା ସହ ଅଧିକ ଗିରଫଦାରୀ କରି ଲୋକଙ୍କୁ ହଇରାଣ ହରକତ କରାନଯାଉ ବୋଲି ପରାମର୍ଶ ଦେବା ସହ ନିଜ ପକ୍ଷରୁ ପୁଲିସ ଶାନ୍ତି ବଜାୟ ରଖିବା ପାଇଁ ପଦକ୍ଷେପ ନେଉ ବୋଲି କହିଥିଲେ । ଅପରପକ୍ଷରେ ଏସ.ପି ସୌମ୍ୟା ଘଟଣା ଦିନର କଥା କହିବା ସହ ଭିଡ଼ିଓ ଚିତ୍ରକୁ ଆଧାର କରି ଲୋକଙ୍କୁ ଗିରଫଦାରୀ କରାଯାଇଛି ଓ ସେମାନଙ୍କ ସହ କୌଣସି ପ୍ରକାର ଦୁର୍ବ୍ୟବହାର ବା ମାରପିଟ କରାଯାଇ ନାହିଁ ବୋଲି କହି ତାଙ୍କ ହାତରେ ସୃଷ୍ଟି ହୋଇଥିବା କ୍ଷତ ଚିହ୍ନକୁ ବିଧାୟିକାଙ୍କୁ ଦେଖାଇଥିଲେ । ପ୍ରତିନିଧି ମଣ୍ଡଳୀରେ ଭାଜପା ମହିଳା ମୋର୍ଚ୍ଚା ସଭାନେତ୍ରୀ ସଞ୍ଜୁଲତା ନାଏକ, ସାଧାରଣ ସଂପାଦିକା ଲତିକା ପଟ୍ଟନାୟକ, ହିମାନୀ ପାଢ଼ୀ, କାନନବାଲା ବେହେରା, ମୀନା ନାଏକ, ସଞ୍ଜୁ ନାଏକ ପ୍ରମୁଖ ସାମିଲ ଥିଲେ ।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories