www.samajalive.in
Thursday, December 11, 2025
26.1 C
Bhubaneswar

କେନ୍ଦ୍ର ବଜେଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ମିଶ୍ରିତ ପ୍ରତିକ୍ରିୟା

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୯-୨୦ କେନ୍ଦ୍ର ବଜେଟକୁ ନେଇ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସ୍ବାସ୍ଥ୍ୟ, ଶିକ୍ଷା, ଦକ୍ଷତା ବିକାଶ ଏବଂ ପାନୀୟ ଜଳ ପାଇଁ ବଜେଟରେ ବ୍ୟୟ ବରାଦ ବୃଦ୍ଧି କରାଯାଇଛି, ଯାହା ଏକ ଭଲ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମହିଳା ଓ ଶିଶୁ ବିକାଶ ଏବଂ ଜୀବୀକା ମିଶନ ପାଇଁ ବ୍ୟୟବରାଦ ବୃଦ୍ଧିକୁ ମଧ୍ୟ ମୁଖ୍ୟମନ୍ତ୍ରୀ ସ୍ବାଗତ କରିଛନ୍ତି । ଅନ୍ୟପକ୍ଷରେ ମନରେଗା ଏବଂ ଏସସି/ଏସଟି ଯୋଜନା ପାଇଁ ବ୍ୟୟ ବରାଦ ହ୍ରାସ ପାଇବା ଚିନ୍ତାଜନକ ବିଷୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେହିପରି କେନ୍ଦ୍ର ବଜେଟ ସରକାରଙ୍କ ଦୀର୍ଘସୂତ୍ରୀ ଯୋଜନାକୁ ଦର୍ଶାଉଛି, ଯାହା ଦେଶ ପାଇଁ ବେଶ ଭଲ ବୋଲି ନବୀନ ପଟ୍ଟନାୟକ କହିଛନ୍ତି। ଅନ୍ୟ ପକ୍ଷରେମ ରେଳବାଇ ପାଇଁ ବ୍ୟୟ ବରାଦ ବୃଦ୍ଧି ପାଇବା ସ୍ବାଗତ ଯୋଗ୍ୟ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତେବେ ପିଏମ୍ କିଷାନ ଯୋଜନାରେ ଭୂମିହୀନ କୃଷକଙ୍କୁ ସାମିଲ କରାଯିବା ନେଇ ମୁଖ୍ୟମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି।

Hot this week

ପାଚିଲା କଦଳୀରୁ ପୁଷ୍ଟିକର ଖାଦ୍ୟଟ୍ଟ ପିଲାଙ୍କୁ ଦିଅନ୍ତୁ

କଦଳୀକୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇପାରିବ।...

୨୦୨୬ରେ ଶନିଙ୍କ ପ୍ରଭାବ: ଏହି ରାଶିରେ ବଦଳିବ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ନଅଟି ଗ୍ରହ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ...

ପାକିସ୍ତାନର ପୂର୍ବତନ ଆଇଏସଆଇ ମୁଖ୍ୟଙ୍କୁ ୧୪ ବର୍ଷ ଜେଲ ଦଣ୍ଡ

ସମାଜଲାଇଭ ଡେସ୍କ: ପାକିସ୍ତାନୀ ଗୁଇନ୍ଦା ସଂସ୍ଥା(ଆଇଏସଆଇ)ର ପୂର୍ବତନ ମୁଖ୍ୟ ବା ମହାନିର୍ଦେଶକ...

ଶୀତଦିନେ ରୂପି ହେଉଛି କି? କଣ କରିବେ ଜାଣନ୍ତୁ

ଶୀତ ଋତୁରେ ରୂପି ହେବା ଏକ ସାଧାରଣ ଘଟଣା। ଅନେକ ଲୋକ...

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

Related Articles

Popular Categories