www.samajalive.in
Thursday, December 11, 2025
26.1 C
Bhubaneswar

ଅପହରଣର ନାଟକ କରି ଫସିଲେ ଯୁବକ

ସମ୍ବଲପୁର : ସମ୍ବଲପୁର ଜିଲା କ୍ଷେତରାଜପୁର ଥାନା ଅର୍ନ୍ତଗତ ତାଲଭଟ୍ଟା ପଡାର ଜଣେ ଯୁବକ ଶୁକ୍ରବାର ଅପହରଣ ନାଟକ କରି ଫସିଥିବା ଜଣାପଡ଼ିଛି। ଏ ସର୍ମ୍ପକରେ ଶୁକ୍ରବାର ପୁର୍ବାହ୍ନରେ ସମ୍ବଲପୁର ଜିଲା ଅର୍ନ୍ତଗତ କ୍ଷେତରାଜପୁର ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସଦର ଏସଡିପିଓ ଭବାନୀ ଶଙ୍କର ଉଦଗାତା କହିଛନ୍ତି ଯେ, ଗତ ୩ ତାରିଖ ଦିନ କ୍ଷେତରାଜପୁର ଥାନା ଅର୍ନ୍ତଗତ ତାଲଭଟ୍ଟା ପଡାର ନିବାସୀ ଆଦର୍ଶ ଘୋଷ ଓରଫ ଗୋଲୁ(୨୫) ଗତ ୧ ତାରିଖ ସକାଳୁ ନିଖୋଜ ଥିବାର ତାଙ୍କର ଧର୍ମପତ୍ନୀ ମାତୁସୀ ଘୋଷ ଅଭିଯୋଗ କରିଥିଲେ। ମାତୁସୀଙ୍କର ଲିଖିତ ଅଭିଯୋଗକୁ ଆଧାର କରି କ୍ଷେତରାଜପୁର ପୁଲିସ ମାମଲା ନଂ ୧୭୧/୨୦୧୯ ରୁଜୁ କରି ଗୋଲୁଙ୍କୁ ଖୋଜିବା ଆରମ୍ଭ କରିଥିଲା। ତେବେ ଗତ ୩ ତାରିଖ ଦିନ ଅପରାହ୍ନ ପ୍ରାୟ ୩ଟା ସମୟରେ ମାତୁସୀଙ୍କ ନିକଟକୁ ତାଙ୍କର ସ୍ୱାମୀଙ୍କର ଫୋନରୁ ଏକ କଲ ଆସିଥିଲା ଏବଂ ଅପରପାର୍ଶ୍ବରେ ଥିବା ବ୍ୟକ୍ତି ଜଣକ ଗୋଲୁଙ୍କୁ ଅପହରଣ କରାଯାଇଛି ବୋଲି କହିଥିଲେ। ଗୋଲୁଙ୍କୁ ଛାଡିବା ବଦଳରେ ୫ ଲକ୍ଷ ଟଙ୍କାର ଦାବି ମଧ୍ୟ ବ୍ୟକ୍ତି ଜଣଙ୍କ କରିଥିଲେ। ଫୋନରେ ଅପହରଣର ଧମକ ଓ ଟଙ୍କା ଦାବିର ଖବର ତୁରନ୍ତ ମାତୁସୀ ଥାନାରେ ଜଣାଇଥିଲେ। ଅପହରଣର ବିଷୟ ସମ୍ମୁଖକୁ ଆସିବା ପରେ ତୁରନ୍ତ ପୁଲିସ ଏସପି ସଞ୍ଜୀବ ଅରୋରାଙ୍କ ନିର୍ଦ୍ଦେଶାନୁଯାୟୀ, କ୍ଷେତରାଜପୁର ଥାନାଧିକାରିଣୀ ମମତା ନାୟକଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଦଳ ଗଠନ କରି ଗୋଲୁଙ୍କର ମୋବାଇଲକୁ ଟ୍ରାକିଂ କରିବା ଆରମ୍ଭ କରିଥିଲା। ମୋବାଇଲ ଟ୍ରାକିଂରୁ ଗୋଲୁଙ୍କର ମୋବାଇଲ ୩ ତାରିଖ ରାତ୍ରିରେ ଦୁର୍ଗାପାଲି ଅଞ୍ଚଳରେ ଥିବା ବେଳେ ୪ ତାରିଖ ଦିନ ବରଗଡ ଜିଲାରେ ଥିବାର ଜଣାପଡିଥିଲା। ଏଣୁ କ୍ଷେତରାଜପୁର ଥାନାଧିକାରିଣୀ ମମତା ନାୟକଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଚଢ଼ଉ କରି ଗୋଲୁ ଓ ତାଙ୍କର ଦୁଇ ଜଣ ପ୍ରବୀନ ସା(୨୮) ଓ ଅନୀଲ ଶର୍ମା ଓରଫ ଶ୍ୟାମ(୨୭)ଙ୍କୁ ଧରିଥିଲେ। ପୁଲିସ ଜେରା ସମୟରେ ଏହି ଅପହରଣ ନାଟକରେ ନିଜେ ଗୋଲୁ ମାଷ୍ଟର ମାଇଣ୍ଡ ଥିବା ବେଳେ ତାର ଦୁଇ ଜଣ ସାଥି ତାକୁ ସହାୟତା କରୁଥିଲେ ବୋଲି ଜଣାପଡିଥିଲା।

Hot this week

ପାଚିଲା କଦଳୀରୁ ପୁଷ୍ଟିକର ଖାଦ୍ୟଟ୍ଟ ପିଲାଙ୍କୁ ଦିଅନ୍ତୁ

କଦଳୀକୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇପାରିବ।...

୨୦୨୬ରେ ଶନିଙ୍କ ପ୍ରଭାବ: ଏହି ରାଶିରେ ବଦଳିବ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ନଅଟି ଗ୍ରହ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ...

ପାକିସ୍ତାନର ପୂର୍ବତନ ଆଇଏସଆଇ ମୁଖ୍ୟଙ୍କୁ ୧୪ ବର୍ଷ ଜେଲ ଦଣ୍ଡ

ସମାଜଲାଇଭ ଡେସ୍କ: ପାକିସ୍ତାନୀ ଗୁଇନ୍ଦା ସଂସ୍ଥା(ଆଇଏସଆଇ)ର ପୂର୍ବତନ ମୁଖ୍ୟ ବା ମହାନିର୍ଦେଶକ...

ଶୀତଦିନେ ରୂପି ହେଉଛି କି? କଣ କରିବେ ଜାଣନ୍ତୁ

ଶୀତ ଋତୁରେ ରୂପି ହେବା ଏକ ସାଧାରଣ ଘଟଣା। ଅନେକ ଲୋକ...

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

Related Articles

Popular Categories