www.samajalive.in
Monday, December 8, 2025
17.1 C
Bhubaneswar

ବିଶ୍ବକପ୍ କ୍ରିକେଟ : ଆଫ୍‌ଗାନିସ୍ତାନ ବିପକ୍ଷରେ ଇଣ୍ଡିଜ୍‌ର ବିଜୟ

ଲିଡ୍‌ସ, ୪ା୭: ବିଜୟ ସହ ଚଳିତ ବିଶ୍ବକପ୍‌ରେ ଅଭିଯାନ ଆରମ୍ଭ କରିଥିବା ୱେଷ୍ଟଇଣ୍ଡିଜ୍ ଅନ୍ତିମ ଲିଗ୍ ମ୍ୟାଚ୍​‌ରେ ମଧ୍ୟ ବିଜୟୀ ହୋଇଛି। ଗୁରୁବାର ୱେଷ୍ଟଇଣ୍ଡିଜ୍ ୨୩ ରନ୍‌ରେ ଆଫ୍‌ଗାନିସ୍ତାନକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂକରି ୱେଷ୍ଟଇଣ୍ଡିଜ୍ ୬ ୱିକେଟରେ ୩୧୧ ରନ୍ କରିଥିଲା। ଏଭିନ୍ ଲୁଇସ୍, ସାଇ ହୋପ୍ ଓ ନିକୋଲାସ୍ ପୁରନ୍‌ଙ୍କ ଅର୍ଦ୍ଧଶତକ ବଳରେ ୱେଷ୍ଟଇଣ୍ଡିଜ୍ ଏହି ସ୍କୋର୍ କରିଥିଲା। ପରେ ଆଫ୍‌ଗାନିସ୍ତାନ ଶେଷ ବଲ୍‌ରେ ୨୮୮ ରନ୍‌କରି ଅଲ୍‌ଆଉଟ ହୋଇ ଯାଇଥିଲା। ୯ମ ମ୍ୟାଚ୍‌ରେ ୨ୟ ବିଜୟ ପରେ ୫ ପଏଣ୍ଟ ସହ ୱେଷ୍ଟଇଣ୍ଡିଜ୍ ବିଶ୍ବକପ୍‌ରୁ ବିଦାୟ ନେଇଛି। ୯ମ ମ୍ୟାଚ୍‌ରେ ଆଫ୍‌ଗାନିସ୍ତାନ ୯ମ ପରାଜୟ ଭୋଗିଛି।
୩୧୨ ରନ୍ ଲକ୍ଷ୍ୟରେ ଆଫ୍‌ଗାନିସ୍ତାନ ସହଳ ଅଧିନାୟକ ଗୁଲ୍‌ବାଦିନ ନାଇବ୍ (୫)ଙ୍କ ୱିକେଟ ହରାଇଥିଲା। ତେବେ ରହ୍‌ମତ ଶାହା ଓ ଇକ୍ରାମ୍ ଆଲିଖିଲ ୨ୟ ୱିକେଟ ପାଇଁ ଲଢ଼ୁଆ ବ୍ୟାଟିଂକରି ୧୩୩ ରନ୍ ଯୋଗ କରିଥିଲେ। ରହ୍‌ମତ ୭୮ ବଲ୍‌ରୁ ୧୦ଟି ଚୌକା ସହ ୬୨ ଏବଂ ଇକ୍ରାମ୍ ୯୩ ବଲ୍‌ରୁ ୮ଟି ଚୌକା ସହ ୮୬ ରନ୍ କରିଥିଲେ। ପ​‌ରେ ନଜିବୁଲ୍ଲା ଜାଦ୍ରାନ୍ ୩୮ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୩୧ ରନ୍ କରିଥିଲେ। ମହମ୍ମଦ ନବି ୨ ରନ୍‌କରି ଆଉଟ ହୋଇଥିଲେ। ପରେ ଅସ୍‌ଗର ଆଫ୍‌ଗାନ ୩୨ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୪୦ ରନ୍ କରିଥିଲେ। ପରେ ଅନ୍ୟ ସମସ୍ତେ ବିଫଳ ହୋଇଥିଲେ। କାର୍ଲୋସ ବ୍ରାଥ୍‌ୱେଟ୍‌ ୪ଟି ଓ କିମାର ରୋଚ୍ ୩ଟି ୱିକେଟ ନେଇଥିଲେ।
ୱେଷ୍ଟଇଣ୍ଡିଜ୍ ଟସ୍ ଜିତି ବ୍ୟାଟିଂର ନିଷ୍ପତ୍ତି ନେଇଥିଲା। ବିସ୍ଫୋରକ ବ୍ୟାଟ୍‌ସମ୍ୟାନ୍ କ୍ରିସ୍ ଗେଲ୍‌ ପୁଣିଥ​‌ରେ ଧିମାଗତିରେ ଇନିଂସ ଆରମ୍ଭ କରିଥିବା ବେଳେ ୧୮ ବଲ୍‌ରୁ ମାତ୍ର ୭ ରନ୍‌କରି ବିଦାୟ ନେଇଥିଲେ। ଦଳକୁ ଫେରିଥିବା ଏଭିନ୍ ଲୁଇସ୍ ଓ ସାଇ ହୋପ୍ ଚମତ୍କାର ବ୍ୟାଟିଂ କରିଥିଲେ ହେଁ ୨ୟ ୱିକେଟ ପାଇଁ ୧୯ ଓଭରରେ ୯୮ ରନ୍ ଯୋଗ କରିଥିଲେ। ବାମହାତି ଲୁଇସ୍ ୭୮ ବଲ୍‌ରୁ ୨ଟି ଛକା ଓ ୬ଟି ଚୌକା ସହ ୫୮ ରନ୍‌କରି ଆଉଟ ହୋଇଥିଲେ। ପରେ ସିମ୍ରନ୍ ହେତ୍‌ମେୟର କ୍ରିଜ୍‌କୁ ଆସିବା ମାତ୍ରେ ରନ୍‌ଗତି ବଢ଼ିଥିଲା। ୧୦ ଓଭରରେ ସାଇ ହୋପ୍ ଓ ବାମହାତି ହେତ୍‌ମେୟର ୬୫ ରନ୍ ଯୋଡ଼ିଥିଲେ। ୩୧ ବଲ୍‌ରୁ ୨ଟି ଛକା ଓ ୩ଟି ଚୌକା ସହ ହେତ୍‌ମେୟର ୩୯ ରନ୍‌କରି ଆଉଟ ହୋଇଥିଲେ। ପରେ ସାଇ ହୋପ୍ ୯୨ ବଲ୍‌ରୁ ୨ଟି ଛକା ଓ ୬ଟି ଚୌକା ସହ ୭୭ ରନ୍‌କରି ବିଦାୟ ନେଇଥିଲେ। ୧୯୨ ରନ୍‌​‌ରେ ୪ଟି ୱିକେଟ ପଡ଼ିିଯିବା ପରେ ନିକୋଲାସ୍ ପୁରନ୍ ଓ ଅଧିନାୟକ ଜେସନ୍ ହୋଲ୍‌ଡର ୧୧ ଓଭରରେ ଦ୍ରୁତ ୧୦୫ ରନ୍ ଯୋଡ଼ିଥିଲେ। ଗତ ମ୍ୟାଚ୍‌ରେ ଶତକ ମାରିଥିବା ବାମହାତି ପୁରନ୍ ୪୩ ବଲ୍‌ରୁ ଗୋଟିଏ ଛକା ଓ ୬ଟି ଚୌକା ସହ ୫୮ ରନ୍ କରିଥିଲେ। ପରବର୍ତ୍ତୀ ବଲ୍‌ରେ ହୋଲ୍‌ଡର ୩୪ ବଲ୍‌ରୁ ୪ଟି ଛକା ଓ ଗୋଟିଏ ଚୌକା ସହ ୪୫ ରନ୍‌କରି ବିଦାୟ ନେଇଥିଲେ। ଶେଷ ୩ଟି ବଲ୍‌ରୁ କାର୍ଲୋସ ବ୍ରାଥ୍‌ୱେଟ୍‌ ୧୪ ରନ୍ ନେଇ ଅପରାଜିତ ଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories