www.samajalive.in
Monday, December 8, 2025
27.1 C
Bhubaneswar

ବିଧାନସଭାରେ ଦାବି: ଉତ୍କଳମଣି ଗୋପବନ୍ଧୁଙ୍କ ନାମରେ ହେଉ ଓଡ଼ିଆ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ମଙ୍ଗଳବାର ବିଧାନସଭାରେ ସତ୍ୟବାଦୀରେ ସ୍ଥାପନ ହେବାକୁ ଥିବା ଓଡ଼ିଆ ବିଶ୍ଵବିଦ୍ୟାଳୟକୁ ଉତ୍କଳମଣି ଗୋପବନ୍ଧୁ ଦାଶଙ୍କ ନାମରେ ନାମିତ କରିବାକୁ ଦାବି ହୋଇଛି। ମୌସୁମୀ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଶେଷ ଦିନରେ ଶାସକ ବିଜେଡି ଦଳ ଏହି ପ୍ରସଙ୍ଗ ଉପସ୍ଥାପନ କରିଛି। ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଆଜି ଶୂନ୍ୟକାଳରେ ଏହି ଦାବି ଉପସ୍ଥାପନ କରିଥିଲେ।

ବିଧାୟକ ଉମାକାନ୍ତ ସାମନ୍ତରାୟ କହିଥିଲେ, ସ୍ୱାଧୀନତା ଆନ୍ଦୋଳନ ସମୟରେ ଉତ୍କଳମଣିଙ୍କ ପ୍ରଚେଷ୍ଟାରେ ସତ୍ୟବାଦୀରେ ପଞ୍ଚସଖାଙ୍କ ଦ୍ୱାରା ସତ୍ୟବାଦୀ ବନ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା ତେଣୁ ଓଡ଼ିଆ ବିଶ୍ୱବିଦ୍ୟାଳୟ ଉତ୍କଳମଣି ଗୋପବନ୍ଧୁ ଦାଶଙ୍କ ନାମରେ ନାମିତ ହେଲେ ତାହା ହେବ ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି। ଏହି ଦାବିକୁ ସମର୍ଥନ କରି ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଥିଲେ ଯେ, ଗୋପବନ୍ଧୁଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ତାଙ୍କ ନାମରେ ଓଡ଼ିଆ ବିଶ୍ୱବିଦ୍ୟାଳୟକୁ ନାମିତ କରିବାର ପ୍ରାସଙ୍ଗିକତା ରହିଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories