www.samajalive.in
Monday, December 8, 2025
27.1 C
Bhubaneswar

ମୁମ୍ବଇ ସ୍ଥିତି ଗମ୍ଭୀର: ୩ ଜିଲାରେ ସରକାରୀ ଛୁଟି ଘୋଷଣା, ଉଦ୍ଧାର କାର୍ଯ୍ୟରେ ନୌସେନା ସାମିଲ

ମୁମ୍ବଇ: ସପ୍ତାହେବ୍ୟାପୀ ଲଗାଣ ବର୍ଷା ଫଳରେ ମହାରାଷ୍ଟ୍ରର ମୁମ୍ବଇ, ପୁଣେ ଏବଂ ଆଖପାଖ ଅଞ୍ଚଳର ସ୍ଥିତି ଗମ୍ଭୀର ହୋଇପଡ଼ିଛି। ମୁମ୍ବଇ, ପୁଣେ ସହରର ଅନେକ ଅଞ୍ଚଳ ସମେତ ଆଖପାଖ ଜଳବନ୍ଦୀ ହୋଇପଡ଼ିଛି। ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୩ଟି ଜିଲାରେ ସରକାରୀ ଛୁଟି ଘୋଷଣା କରିଛନ୍ତି। ମୁମ୍ବଇ ସହର, ମୁମ୍ବଇ ସବଅର୍ବାନ ଏବଂ ଠାଣେରେ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରଖିବାକୁ ନିର୍ଦେଶ ଦିଆଯାଇଛି। ବର୍ଷା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଲୋକମାନେ ଘରୁ ନ ବାହାରିବାକୁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିନ ଟ୍ବିଟର ଜରିଆରେ ପରାମର୍ଶ ଦେଇଛନ୍ତି।

Image courtesy: Aajtak

ଲଗାଣ ବର୍ଷା ଯୋଗୁ ମୁମ୍ବଇ ସହରର ବିଭିନ୍ନ ରାସ୍ତାଘାଟରେ ୩/୪ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି। ଅନେକ ଅଞ୍ଚଳରେ ୪ରୁ ୫ ଫୁଟ ଉଚ୍ଚର ପାଣି ଜମି ରହିଛି। ଲୋକମାନେ ଜଳଘେରାରେ ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ଲାଗି ନୌସେନା ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଏନଡିଆରଏଫ ସହାୟତାରେ​‌ ନୌସେନା ଟିମ୍‌ ବିଭିନ୍ନ ଅଞ୍ଚଳରୁ ୧ ହଜାର ଲୋକଙ୍କୁ ଉଦ୍ଧାର କରିଛି।

- Advertisement -

ବର୍ତ୍ତମାନ ମଧ୍ୟ ପାଣିପାଗ ବିଭାଗ ପକ୍ଷରୁ ମୁମ୍ବଇରେ ଆଲର୍ଟ ଜାରି କରାଯାଇଛି। ମଙ୍ଗଳବାର ବି ସହରରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories