www.samajalive.in
Monday, December 8, 2025
27.1 C
Bhubaneswar

ଗୋପବନ୍ଧୁ ସ୍ମାରକ ତର୍କ ପ୍ରତିଯୋଗିତା ‘ଓଜସ୍ବିନୀ ଓଡ଼ିଶା’

କଟକ : ଆସନ୍ତାକାଲି (ମଙ୍ଗଳବାର) ହେଉଛି ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୧ତମ ଶ୍ରାଦ୍ଧବାର୍ଷିକୀ। ଏହାର ଅବ୍ୟବହିତ ପୂର୍ବରୁ ଲୋକସେବକ ମଣ୍ଡଳ ଓ ‘ସମାଜ’ ଆନୁକୂଲ୍ୟରେ ସୋମବାର ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ଭବନରେ ରାଜ୍ୟସ୍ତରୀୟ ଗୋପବନ୍ଧୁ ସ୍ମାରକ ତର୍କ ପ୍ରତିଯୋଗିତା ‘ଓଜସ୍ବିନୀ ଓଡ଼ିଶା’ ଅନୁଷ୍ଠିତ ହେଉଛି। ଉଭୟ ବରିଷ୍ଠ ଓ କନିଷ୍ଠ ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଗତ ଶନିବାର ହୋଇଥିବା ଜିଲାସ୍ତରୀୟ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନେ ଏଥିରେ ଅଂଶ ଗ୍ରହଣ କରିଥିଲେ। ବରିଷ୍ଠ ଓ କନିଷ୍ଠ ବିଭାଗର ରାଜ୍ୟସ୍ତରୀୟ ଗୋପବନ୍ଧୁ ସ୍ମାରକ ତର୍କ ପ୍ରତିଯୋଗିତାକୁ ଜିଲା ସ୍ତରରୁ ୩୨ଜଣ ଲେଖାଏଁ ପ୍ରତିଯୋଗୀ ମନୋନୀତ ହୋଇଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories