www.samajalive.in
Monday, December 8, 2025
17.1 C
Bhubaneswar

ଜି-୨୦ ଶିଖର ବୈଠକ: ଦ୍ୱିପକ୍ଷୀୟ ସମ୍ପର୍କ, ବାଣିଜ୍ୟ ଓ ପୁଞ୍ଜିନିବେଶ ଉପରେ ଗୁରୁତ୍ୱାରୋପ

ନୂଆଦିଲ୍ଲୀ/ଓସାକା: ଜି-୨୦ ଶିଖର ବୈଠକର ଅନ୍ତିମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡୋନେସିଆ, ବ୍ରାଜିଲ୍‍ ଓ ଟର୍କିର ରାଷ୍ଟ୍ରପତିମାନଙ୍କ ସହ ପୃଥକ୍‍ ପୃଥକ୍‍ ବୈଠକରେ ଆଲୋଚନା କରିଛନ୍ତି। ବୈଠକରେ ମୋଦୀ ଦ୍ୱିପକ୍ଷୀୟ ସମ୍ପର୍କ, ବାଣିଜ୍ୟ ତଥା ପୁଞ୍ଜିନିବେଶ କ୍ଷେତ୍ରରେ ସହଯୋଗ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଛନ୍ତି। ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ୱିଡୋଡୋ ଆସନ୍ତା ୬ ବର୍ଷ ଭିତରେ ୫୦ ବିଲିୟନ୍‍ ଡଲାର ଦ୍ୱିପକ୍ଷୀୟ ବାଣିଜ୍ୟ କାରବାର ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି।

ବୈଦେଶିକ ମୁଖପାତ୍ର ରବୀଶ କୁମାର କହିଛନ୍ତି, ୨୦୨୫ ମସିହା ସୁଦ୍ଧା ଏହି ଲକ୍ଷ୍ୟ ହାସଲ ପାଇଁ ସମୟ ଧାର୍ଯ୍ୟ କରାଯାଇଛି। ପ୍ରତିରକ୍ଷା ଓ ସାମୁଦ୍ରିକ କ୍ଷେତ୍ରରେ ଦ୍ୱିପକ୍ଷୀୟ ସହଯୋଗ ବୃଦ୍ଧି ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ କଥାବାର୍ତ୍ତା କରିଛନ୍ତି। ଆଜି ଦ୍ୱିତୀୟ ଦିନରେ ଏହି ପ୍ରଥମ ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦି ବ୍ରାଜିଲ୍‍ ରାଷ୍ଟ୍ରପତି ଜଇର୍‍ ବୋଲ୍‍ସୋନାରୋଙ୍କ ସହ ସାକ୍ଷାତ କରିଥିଲେ। ଟର୍କି ରାଷ୍ଟ୍ରପତି ରିସେପ୍‍ ତାୟିପ୍‍ ଏର୍‍ଡୋଗାନ୍‍ଙ୍କ ସହ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ କଥାବାର୍ତ୍ତା ଫଳପ୍ରଦ ହୋଇଥିବା ଜଣାପଡ଼ିଛି। ବୈଦେଶିକ ମୁଖପାତ୍ର ରବୀଶ କୁମାର ସାମ୍ବାଦିକମାନଙ୍କୁ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ଏହି ଦ୍ୱିପକ୍ଷୀୟ ବୈଠକଗୁଡ଼ିକରେ ବାଣିଜ୍ୟ ଓ ପୁଞ୍ଜିନିବେଶ, କୃଷିକ୍ଷେତ୍ର ଓ ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ଜୈବ ଇନ୍ଧନ କ୍ଷେତ୍ରରେ ସହଯୋଗ ସଂକ୍ରାନ୍ତରେ ବ୍ୟାପକ ଆଲୋଚନା କରିଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories