ସାଉଦି ରାଜକୁମାରୀ ହେଲେ ଆମେରିକାରେ ପ୍ରଥମ ମହିଳା ରାଷ୍ଟ୍ରଦୂତ
ଓ୍ୱାଶିଂଟନ . – ସାଉଦି ରାଜକୁମାରୀ ରିମା ବିଂତ ବଂନ୍ଦାର ପ୍ରଥମ ମହିଳା ରାଷ୍ଟ୍ରଦୂତ ଭାବେ ଆମେରିକାରେ ନିଯୁକ୍ତି ପାଇଛନ୍ତି । ରିମା ସାଉଦି ଆରବର ପ୍ରଥମ ମହିଳା ରାଷ୍ଟ୍ରଦୂତ ଭାବେ ନିଯୁକ୍ତି ପାଇଛନ୍ତି । ୯/୧୧ ଆକ୍ରମଣ ପରେ ଆମେରିକା ଓ ସାଉଦି ଆରବ ମଧ୍ୟରେ ସମ୍ପର୍କ ଖରାପ ହୋଇଯାଇଥିଲା । ରାଜକୁମାରୀଙ୍କ ପାଇଁ ଏହି କାର୍ଯ୍ୟ ବେଶ୍ ଆହ୍ୱାନପୂର୍ଣ୍ଣ ରହିବ ।
ଏବେ ଇରାନ୍ ଓ ଆମେରିକା ମଧ୍ୟରେ ସମ୍ପର୍କ ଆହୁରି ଖରାପ ହୋଇଛି । ଏହି ସମୟରେ ସାଉଦି ଆରବ ପକ୍ଷରୁ ରିମାଙ୍କୁ ଆମେରାକାରେ ରାଷ୍ଟ୍ରଦୂତ ଭାବେ ନିଯୁକ୍ତି ଦିଆଯାଇଛି । ରିମାଙ୍କ ନିୟୁକ୍ତି ବିଷୟରେ ଚଳିତ ବର୍ଷ ପେବ୍ରୁଆରୀ ମାସରେ ଘୋଷଣା କରାଯାଇଥିଲା । ରିମା ସାଉଦିଆରବର ପୂର୍ବତନ ରାଷ୍ଟ୍ରଦୂତ ବିନ ସୁଲତାନ୍ ଅଲ୍ ସୌଦିଙ୍କର ଝିଅ । ରିମା ରାଜକୁମାର ଖାଲିଦ ବିନ୍ ସଲମାନଙ୍କ ସ୍ଥାନରେ ଏହି କାମ ସମ୍ଭାଳିବେ । ରାଜକୁମାର ଖାଲିଦ୍ ସୁଲତାନ ସଲମାନଙ୍କ ପୁଅ । ଆଗରୁ ସେ ଯୁଦ୍ଧ ବିମାନର ପାଇଲଟ୍ ଥିଲେ ।
ତୁର୍କିରେ ସାଉଦିଆରବ ଦୂତବାସ ମଧ୍ୟରେ ସାମ୍ବାଦିକ ଜମାଲ ଖସୋଗୀଙ୍କର ହତ୍ୟା ପରେ ମାନବିକତାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା । ଅମାନବୀୟ ଭାବେ ଖାସୋଗୀଙ୍କର ହତ୍ୟା କରାଯାଇଥିଲା । ସାଉଦି ଆରବରେ ଅନେକ କଟକଣା ମାନବୀୟ ମାପଦଣ୍ଡର ବିରୋଧରେ ବୋଲି ଆଲୋଚନା କରାଯାଉଛି । କେବଳ ସେତିକି ନୁହେଁ ମହିଳାଙ୍କ ଉପରେ ଅନେକ କଟକଣା ଲାଗିଛି । ଏହାକୁ ଆମେରିକାର ଅନେକ ସ୍ୱେଚ୍ଛାସେବୀ ସଙ୍ଗଠନ ବିରୋଧ କରୁଛନ୍ତି ।
ଲଣ୍ଡନ ସ୍କୁଲ ଅଫ୍ ଇକୋନମିକସ୍ର ଅନ୍ତରାଷ୍ଟ୍ରୀୟ ସମ୍ପର୍କର ଫ୍ରଫେସର ଫବାସ୍ ଏ ଗେର୍ଜେସଙ୍କ ଅନୁସାରେ ସାଉଦି ଆରବ ପ୍ରତି ଆମେରିକାର ଦୃଷ୍ଟି କୋଣ ଏତେ ଭଲ ନାହିଁ । ରିମାଙ୍କ ପାଇଁ ଆମେରିକାରେ କାମ କରିବା ଅତି ଆହ୍ୱାନପୂର୍ଣ୍ଣ ରହିବ ବୋଲି ପ୍ରଫେସର ଫବାସ୍ ସୂଚନା ଦେଇଛନ୍ତି ।
Comments are closed.