www.samajalive.in
Monday, December 8, 2025
27.1 C
Bhubaneswar

ଗୋ-ହତ୍ୟା ନିରୋଧ ଆଇନରେ ସଂଶୋଧନକୁ ମଧ୍ୟପ୍ରଦେଶ ସରକାରଙ୍କ ମଞ୍ଜୁରୀ

ନୂଆଦିଲ୍ଲୀ: ଏଣିକି ମଧ୍ୟପ୍ରଦେଶରେ ଗୋ-ହତ୍ୟା ଦଣ୍ଡନୀୟ ଅପରାଧ ଭାବେ ବିବେଚନା କରାଯିବ ଓ ଏଥିପାଇଁ ଦଣ୍ଡବିଧାନ କରାଯିବ। ଗୋ-ହତ୍ୟା ନିରୋଧ ଆଇନ ଅନ୍ତର୍ଗତ ନିୟମ ଅନୁଯାୟୀ, ଗୋ-ହତ୍ୟାରେ ସମ୍ପୃକ୍ତ ଲୋକଙ୍କ ବିରୁଦ୍ଧରେ ହିଂସା ସୃଷ୍ଟି କଲେ ୬ ମାସରୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶର ବ୍ୟବସ୍ଥା ରହିଛି।

ରାଜ୍ୟରେ ଥିବା ପୂର୍ବ ବିଜେପି ସରକାରଙ୍କ ଦ୍ୱାରା ଗୃହୀତ ଗୋ-ହତ୍ୟା ନିରୋଧ ଆଇନରେ ହୋଇଥିବା ସଂଶୋଧନକୁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏଥିରେ ୨୫ ହଜାରରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ବ୍ୟବସ୍ଥା କରାଯାଇଛି।

- Advertisement -

ମଧ୍ୟପ୍ରଦେଶ ପଶୁ ପାଳନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମନୋଜ ଶ୍ରୀବାସ୍ତବ କହିଛନ୍ତି, ଏଭଳି ଘଟଣାରେ ଯଦି ଅଧିକ ଲୋକ ସାମିଲ ଥିବେ, ସେ କ୍ଷେତ୍ରରେ ସର୍ବନିମ୍ନ ୧ବର୍ଷରୁ ସର୍ବାଧିକ ୫ବର୍ଷ ପର୍ଯ୍ୟନ୍ତ ଦଣ୍ଡ ବ୍ୟବସ୍ଥା ରହିଛି। ଏକରୁ ଅଧିକ ଥର ସମ୍ପୃକ୍ତି ପ୍ରମାଣ ମିଳିଲେ ଜେଲ ଦଣ୍ଡ ଦୁଇ ଗୁଣ ହେବ ବୋଲି ସେ କହିଛନ୍ତି। ଆସନ୍ତା ଜୁଲାଇ ୮ରେ ରାଜ୍ୟ ବିଧାନସଭା ମୌସୁମୀ ଅଧିବେଶନରେ ଏହି ସଂଶୋଧିତ ବିଧେୟକ ଗୃହର ସ୍ୱୀକୃତି ଲାଭ କଲେ, ମଧ୍ୟପ୍ରଦେଶ ଗୋ-ହତ୍ୟା ନିରୋଧ ଆଇନ ଲାଗୁ କରିବାରେ ପ୍ରଥମ ରାଜ୍ୟ ହେବ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories