www.samajalive.in
Tuesday, December 9, 2025
16.1 C
Bhubaneswar

ଇରାନର ବାୟୁସୀମା ବ୍ୟବହାର ବନ୍ଦ କଲେ ଭାରତ ସମସ୍ତ ଏୟାରଲାଇନ୍ସ୍

ନୂଆଦିଲ୍ଲୀ . – ଆମେରିକା ଓ ଇରାନ୍‌ ମଧ୍ୟରେ ଏବେ ଯୁଦ୍ଧ ପରିସ୍ଥିତି ଦେଖା ଦେଇଛି । ଇରାନ୍‌ ଆମେରିକାର ଡ୍ରୋନକୁ କ୍ଷେପଣାସ୍ତ୍ର ମାଡ କରି ଖସାଇବା ପରେ ତିକ୍ତତା ବୃଦ୍ଧି ପାଇଛି। ଏହାପରେ ବିଭିନ୍ନ ଦେଶର ବିମାନ ପରିବହନ ସଂସ୍ଥା ଇରାନ୍‌ର ବାୟୁସୀମାକୁ ବ୍ୟବହାର କରିବା ବନ୍ଦ କରିଦେଇଛନ୍ତି । ଭାରତର ସମସ୍ତ ଏୟାରଲାଇନ୍ସ ଏବେ ଇରାନ୍‌ର ବାୟୁସୀମା ବ୍ୟବହାର କରିବା ବନ୍ଦ କରିଛନ୍ତି । ଭାରତର ବିମାନଚଳାଚଳ ନିର୍ଦେଶାଳୟ ଇରାନ୍‌ର ବାୟୁ ସୀମାକୁ ବ୍ୟବହାର ନ କରିବା ପାଇଁ ପରାମର୍ଶ ଦେଇଛି ।

ବିଶ୍ୱର ଅନେକ ଏୟାରଲାଇନ୍ସ ଇରାନର ଆକାଶପଥରେ ବିମାନ ଚଳାଚଳ ବନ୍ଦ କରିସାରିଲେଣି । ଏହାପରେ ଦକ୍ଷିଣ ଏସିଆ ଓ ୟୁରୋପ ମଧ୍ୟରେ ଦୂରତା ବୃଦ୍ଧି ପାଇଛି । ବାଲାକୋଟ୍‌ରେ ଭାରତୀୟ ବାୟୁସେନା ଆକ୍ରମଣ କରିବା ପରେ ପାକିସ୍ତାନ ଭାରତ ସମସ୍ତ ବିମାନ ପାଇଁ ନିଜର ଆକାଶପଥକୁ ବନ୍ଦ କରି ଦେଇଛି । ଏବେ ଭାରତ ଓ ୟୁରୋପୀୟ ଦେଶମାନଙ୍କୁ ଭାରତରୁ ଯାଉଥିବା ବିମାନର ଆକାଶପଥ ଦୀର୍ଘ ହୋଇଯାଇଛି ।

- Advertisement -

ଇରାନ୍‌ ଓ ଆମେରିକା ମଧ୍ୟରେ ତିକ୍ତତାର କାରଣ

ଇରାନ୍‌ ଓ ଆମେରିକାର ମଧ୍ୟରେ ସମ୍ପର୍କ ଆହୁରି ଖରାପ ହେବାରେ ଲାଗିଛି । ଇରାନ୍‌ ଆମେରିକାକୁ ଚେତାବନୀ ଦେଇଛି । ବିପଦ ଦେଖାଦେଲେ ଏହାର କଡା ଜବାବ ଦିଆଯିବ ବୋଲି ଇରାନ୍‌ କହିଛି । ଇରାନର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ପାଇଥିବା ସୂଚନା ଆଧାରର ଦେଶର ଅର୍ଦ୍ଧ ସରକାରୀ ଖବର ପ୍ରକାଶନ ସଂସ୍ଥା ତତାସନିମ୍‌ ନ୍ୟୁଜ୍‌ ପକ୍ଷରୁ ଏହି ଖବର ପ୍ରସାରଣ କରାଯାଇଚଇ ।

ଇରାନ୍‌ ଆମେରିକାର ମାନବବିହୀନ ଡ୍ରୋନ୍‌ ବିମାନକୁ ଖସାଇ ଦେଇଥିଲା । ଏହାପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି । ଇରନ୍‌ ସେନାର ମୁଖପାତ୍ର ଇବୁଲ ଫଜଲ ଆମେରିକା ଓ ଏହାର ସହଯୋଗୀ ଦେଶମାନଙ୍କର କୌଣସି ଆକ୍ରମଣର ଜବାବ୍‌ ଦେବାପାଇଁ ପ୍ରସ୍ତୁତ ରହିଛି ବୋଲି ପ୍ରକାଶ କରିଛି । ଗୁରୁବାରରେ ଇରାନ୍‌ର କ୍ଷେପଣାସ୍ତ୍ର ଆମେରିକାର ଗ୍ଲୋବାଲ ହକ୍‌ ନାମକ ମାନବ ବିହୀନ ଡ୍ରୋନ ବିମାନକୁ ଖସାଇଦେଇଥିଲା । ଇରାନ୍‌ ନିଜ ଆକାଶମାର୍ଗରେ ଏହି ବିମାନର ଅନଧିକାର ପ୍ରବେଶ ପରେ ଖସାଇଦେଇଥିବା କଥା କହିଛି । ହେଲେ ଆମେରିକା ଏହାକୁ ଖଣ୍ଡନ କରିଛି । ଅନ୍ତର୍ଜାତୀୟ ଆକାଶମାର୍ଗରେ ଇରାନ୍‌ ଆମେରିକାର ଡ୍ରୋନକୁ ଖସାଇ ଦେଇଛି ବୋଲି ସେ ପ୍ରକାଶ କରିଛି ।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories