www.samajalive.in
Monday, December 8, 2025
17.1 C
Bhubaneswar

ବିଦ୍ୟୁତ ଆଘାତରେ ଯୁବକ ମୃତ

ଖୁଣ୍ଟା : ମୟୁରଭଞ୍ଜ ଜିଲା ଖୁଣ୍ଟା ବଜାର ନିକଟସ୍ଥ ଚତୁର୍ଶିଳା ଗ୍ରାମରେ ବିଦ୍ୟୁତ ଆଘାତରେ ଜନୈକ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତ ଯୁବକ ଜଣଙ୍କ ଚତୁର୍ଶିଳାର ଅମିନ ବେହେରାଙ୍କ ପୁଅ ବିଜୟ ଓରଫ ବିଜୁ(୩୫)। ଏନେଇ ଖୁଣ୍ଟା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ସୂଚନା ମୁତାବକ, ବୁଧବାର ରରୁଆଁ ନିକଟରେ ବିଜୟର ଶଳାର ବାହାଘର ଥିବାରୁ ନିଜର ପତ୍ନୀ ଓ ଏକ ମାତ୍ର ସାନ ଝିଅକୁ ପୂର୍ବରୁ ସେଠାକୁ ପଠାଇ ଦେଇଥିଲେ ଓ ବୁଧବାର ନିଜେ ଖୁଣ୍ଟାରୁ ଯାଇ ବାହାଘରରେ ଯୋଗ ଦେବାପାଇଁ ବୁଧବାର ସକାଳେ ପ୍ରସ୍ତୁତ ହୋଇ ବସକୁ ଅପେକ୍ଷା କରିଥିଲେ। ସେହିସମୟରେ ବଡଖୁଣ୍ଟା ଗ୍ରାମର ଜନୈକ ବ୍ୟକ୍ତି ବିଦ୍ୟୁତ ମରାମତି କରିଦେବାକୁ ବିଜୟକୁ ଡାକିଥିଲେ।। ଖଟିଖିଆ ବିଜୟ ବାହାଘରକୁ ଯିବା ପୂର୍ବରୁ କିଛି ପାଉଣା ମିଳିବା ଆଶାରେ ବିଦ୍ୟୁତ ମରାମତି ପାଇଁ ରାଜି ହୋଇ ଯାଇଥିଲେ। ବିଦ୍ୟୁତ ମରାମତି ବେଳେ ଆଘାତ ଲାଗିବାରୁ ବିଜୟ ତଳେ ପଡିଯାଇ ଗୁରୁତର ହୋଇଥିଲୋ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଖୁଣ୍ଟା ଡାକ୍ତରଖାନା ଓ ପରେ ବାରିପଦା ନିଆଯାଇଥିବା ବେଳେ ସେଠାରୁ କଟକ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories