www.samajalive.in
Thursday, December 11, 2025
27.1 C
Bhubaneswar

ଯୁଦ୍ଧ ଏବଂ ହିଂସା ଯୋଗୁଁ ବିସ୍ଥାପିତ ହୋଇଛନ୍ତି ୭.୧ କୋଟି ଲୋକ: ମିଳିତ ଜାତିସଂଘ

ୱାଶିଂଟନ : ଯୁଦ୍ଧ, ହିଂସା ଏବଂ ଉତ୍ପୀଡ଼ନ ଯୋଗୁଁ ବିଶ୍ୱର ପାଖାପାଖି ୭.୧ କୋଟି ଲୋକ ନିଜ ଘରୁ ବିସ୍ଥାପିତ ହୋଇଛନ୍ତି ବୋଲି ମିଳିତ ଜାତିସଂଘର ରିପୋର୍ଟରେ ପ୍ରକାଶ ପାଇଛି। ମିଳିତ ଜାତିସଂଘର ଶରଣାର୍ଥୀ ଏଜେନ୍ସି ପକ୍ଷରୁ ବୁଧବାର ପ୍ରକାଶିତ ରିପୋର୍ଟ ଅନୁସାରେ ଗତ ବର୍ଷ ତୁଳନାରେ ୨୦୧୮ ବର୍ଷରେ ବିସ୍ଥାପିତଙ୍କ ସଂଖ୍ୟା ୨୦ ଲକ୍ଷ ବୃଦ୍ଧି ପାଇଛି।
ଏହି ରିପୋର୍ଟ ସାମ୍ନାକୁ ଆସିବା ପରେ ଗୁରୁବାର ବିଶ୍ୱ ପ୍ରବାସୀ ଦିବସରେ ବିସ୍ଥାପିତ ସମସ୍ୟା, ଅନ୍ତର୍ଜାତୀୟ ଆଇନ, ମନବାଧିକାର ଏବଂ ଘରୋଇ ରାଜନୀତି ଉପରେ ଚର୍ଚ୍ଚା ହେବ ବୋଲି ଆଶା କରାଯାଉଛି। ବିଶେଷ କରି ଆମେରିକା ଭଳି ଦେଶରେ ପ୍ରବାସୀଙ୍କ ବିରୋଧରେ ଆନ୍ଦୋଳନ ଜାରି ରହିଛି। ହାଇ କମିଶନର ଫିଲିପୋ ଗ୍ରାଣ୍ଡି ରିପୋର୍ଟ ଜାରି କରି କହିଛନ୍ତି ଯେ ଅସୁରକ୍ଷା ଓ ଅନ୍ୟାନ୍ୟ ବିପଦ ଯୋଗୁଁ ବହୁ ଲୋକ ଦେଶ ଛାଡ଼ି ପ୍ରବାସୀ ହେଉଛନ୍ତି। ମାତ୍ର ପ୍ରବାସୀଙ୍କୁ ଅନ୍ୟ ଦେଶରେ ଚାକିରି ଓ ସୁରକ୍ଷା ଭଳି ବିପଦର ସାମ୍ନା କରିବାକୁ ପଡୁଛି। ଯୁଦ୍ଧ ଓ ହିଂସା ଯୋଗୁଁ ଗତ ବର୍ଷ ୭.୦୮ କୋଟି ଲୋକଙ୍କୁ ବିସ୍ଥାପିତ ହେବାକୁ ପଡ଼ିଥିଲା। ୨୦୧୭ରେ ୬.୮୫ କୋଟି ଲୋକ ବିସ୍ଥାପିତ ହୋଇଥିଲେ। ଏକ ଦଶକ ମଧ୍ୟରେ ବିସ୍ଥାପିତଙ୍କ ସଂଖ୍ୟାରେ ୬୫% ବୃଦ୍ଧି ଘଟିଛି। ଏହା ମଧ୍ୟରେ ୪.୧ କୋଟି ଲୋକ ନିଜ ଦେଶରେ ହିଁ ବିସ୍ଥାପିତ ଜୀବନ ବିତାଉଛନ୍ତି। ସିରିଆରେ ଯୁଦ୍ଧ ଯୋଗୁଁ ସର୍ବାଧିକ ୧.୩ କୋଟି ଲୋକ ବିସ୍ଥାପିତ ହୋଇଛନ୍ତି। ୨୦୧୮ରେ ସର୍ବାଧିକ ଭେନେଜୁଏଲାର ୩ ଲକ୍ଷ ୪୦ ହଜାର ଲୋକ ଅନ୍ୟ ଦେଶରେ ଶରଣ ମାଗିଛନ୍ତି। ୪୦ ଲକ୍ଷ ଦକ୍ଷିଣ ଆମେରିକୀୟ ନିଜ ଦେଶ ଛାଡ଼ି ଅନ୍ୟ ଦେଶରେ ଶରଣାର୍ଥୀ ଭାବେ ରହୁଛନ୍ତି। ଏହା ମଧ୍ୟରେ ପେରୁ, କୋଲମ୍ବିଆ ଏବଂ ବ୍ରାଜିଲରୁ ବହୁ ସଂଖ୍ୟକ ଲୋକ ବିସ୍ଥାପିତ ହୋଇଛନ୍ତି। ମେକ୍ସିକୋରୁ ଆସୁଥିବା ଶରଣାର୍ଥୀଙ୍କୁ ରୋକିବା ପାଇଁ ଆମେରିକା ସୀମାରେ ଏକ ତାର ବାଡ଼ ନିର୍ମାଣ କରିଛି। ଶରଣାର୍ଥୀ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବାରୁ ଜାତିସଂଘ ଉଦବେଗ ପ୍ରକାଶ କରିଛି।

Hot this week

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

Related Articles

Popular Categories