www.samajalive.in
Thursday, December 11, 2025
27.1 C
Bhubaneswar

ମୁଜାଫରପୁରରେ ପହଞ୍ଚିଲେ ଶିଶୁରୋଗ ବିଶେଷଜ୍ଞଙ୍କ ୫ଟି ଦଳ ସହ ଅତିରିକ୍ତ ଡାକ୍ତରୀ ଦଳ

ମୁଜାଫରପୁର : କେନ୍ଦ୍ରରୁ ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଏବଂ ପାରା ମେଡିକାଲ ୱାର୍କରଙ୍କ ୫ଟି ଦଳ ବୁଧବାର ମୁଜାଫରପୁରରେ ପହଞ୍ଚିଛନ୍ତି । ଘାତକ ଜାପାନୀ ଜ୍ବର ସଂକ୍ରମଣକୁ ରୋକିବା ପାଇଁ ଏମାନେ ସହଯୋଗ କରିବେ। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନଙ୍କ ସମୀକ୍ଷା ପରେ ଏହି କେନ୍ଦ୍ରୀୟ ଦଳକୁ ମୁଜାଫରପୁର ପଠାଯାଇଛି। ଅନ୍ୟପକ୍ଷରେ ପାଟନା ଓ ଦରଭଙ୍ଗା ମେଡ଼ିକାଲ କଲେଜ ହସ୍ପିଟାଲ୍‍ର ୧୪ ଜଣିଆ ଅତିରିକ୍ତ ଡାକ୍ତରୀ ଦଳ ବୁଧବାର ମୁଜାଫରପୁରରେ ପହଞ୍ଚିଛନ୍ତି । ଶ୍ରୀକ୍ରିଷ୍ଣ ମେଡିକାଲ କଲେଜ ହସ୍ପିଟାଲ ଡାକ୍ତରୀ ଦଳ ସହ ଏମାନେ ଘାତକ ଜାପାନୀ ଜ୍ବର ପିଡୀତ ଶିଶୁଙ୍କୁ  ଚିକିତ୍ସା କରିବେ। ମସ୍ତିଷ୍କ ଜ୍ୱରରେ ଆକ୍ରାନ୍ତ ଶିଶୁମାନଙ୍କର ଉତ୍ତମ ଚିକିତ୍ସା ପାଇଁ ଏହି ଡାକ୍ତରମାନେ ସେଠାକୁ ଯାଉଛନ୍ତି। ମସ୍ତିଷ୍କ ଜ୍ୱରରେ ଆକ୍ରାନ୍ତ ଶିଶୁମାନଙ୍କ ସଂଖ୍ୟା ଅଧିକ ମାତ୍ରାରେ ବୃଦ୍ଧି ପାଇଥିବା ଯୋଗୁଁ ଦିନରାତି ୨୪ଘଣ୍ଟା ଡାକ୍ତରୀ ସେବା ଉପଲବ୍ଧ କରାଇବା ସକାଶେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିର୍ଦ୍ଦେଶ ଦେଇଥିଲେ। ବର୍ତ୍ତମାନ ୩୪ ଜଣ ଡାକ୍ତର ଶିଶୁମାନଙ୍କର ଚିକିତ୍ସା କରୁଛନ୍ତି । ମୁଜାଫରପୁରରେ ମଧ୍ୟ ମାଗଣା ଆମ୍ବୁଲାନ୍ସ ସେବା ଆରମ୍ଭ କରାଯାଇଛି।

Hot this week

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

Related Articles

Popular Categories