www.samajalive.in
Tuesday, December 9, 2025
17.1 C
Bhubaneswar

ଉତ୍ତରାଖଣ୍ଡରେ ହେବ ଦକ୍ଷିଣଆଫ୍ରିକାର ସବୁଠୁ ଧନୀ ବ୍ୟକ୍ତି ଗୁପ୍ତା ବନ୍ଧୁଙ୍କ ପୁଅ ବିବାହ, ଖର୍ଚ୍ଚ ହେବ ୨୦୦ କୋଟି

ଡେରାଡୁନ : ଦକ୍ଷିଣଆଫ୍ରିକାର ସବୁଠୁ ଧନୀ ବ୍ୟକ୍ତି ତଥା ଏନଆରଆଇ ବ୍ୟବସାୟୀ ଗୁପ୍ତା ବନ୍ଧୁଙ୍କ ଦୁଇ ପୁଅର ବିବାହ ଉତ୍ତରାଖଣ୍ଡର ସ୍କାଏ-ରିସର୍ଟ ଆଉଲିରେ ହେବାକୁ ଯାଉଛି। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିବାବେଳେ ପରିବେଶବିତମାନେ ଏହାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି। ତେବେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ ବିନାକାରଣରେ ଏହାକୁ ପ୍ରସଙ୍ଗ ନକରିବାକୁ କହିଛନ୍ତି। ଏହି ବିବାହ ଦ୍ୱାରା ଉତ୍ତରାଖଣ୍ଡ ଏକ ୱେଡିଂ ଡେଷ୍ଟିନେସନ ବା ବିବାହ ପାଇଁ ଉପଯୁକ୍ତ ପର୍ଯ୍ୟଟନସ୍ଥାନ ଭାବେ ପରିଗଣିତ ହେବ ବୋଲି ତ୍ରିବେନ୍ଦ୍ର କହିଛନ୍ତି।
ଗୁପ୍ତା ବନ୍ଧୁଙ୍କ ମଧ୍ୟରୁ ଅଜୟ ଗୁପ୍ତାଙ୍କ ପୁତ୍ର ସୂର୍ଯ୍ୟକାନ୍ତ ବିବାହ ଜୁନ ୧୯-୨୦ରେ ଓ ଅତୁଲ ଗୁପ୍ତାଙ୍କ ପୁଅ ଶଶାଙ୍କ ବିବାହ ଜୁନ ୨୧-୨୨ରେ ହେବ। ଜିଲା ପ୍ରଶାସନ ଅନୁସାରେ ଏହି ଦୁଇ ବିବାହରେ ୨୦୦ କୋଟି ଟଙ୍କା ଖର୍ଚ୍ଚା ହେବ ବୋଲି ଅନୁମାନ କରାଯାଇଛି। ଏହି ବିବାହରେ ବଲିଉଡ଼ରୁ ୫୦ରୁ ୫୫ ଜଣ ଅଭିନେତା ଓ ଅଭିନେତ୍ରୀ ଯୋଗଦେବେ।
ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଗତ ବର୍ଷ ଅକ୍ଟୋବରରେ ଆୟୋଜିତ ଡେରାଡୁନରେ ନିବେଶ ସମ୍ମିଳନୀ ପୂର୍ବରୁ ସେ ମୁମ୍ବଇ ଯାଇଥିଲେ। ସେଠାରେ ସେ ନିବେଶକଙ୍କୁ ଉତ୍ତରାଖଣ୍ଡର କେତେକ ସୌନ୍ଦର୍ଯ୍ୟଭରା ସ୍ଥାନ ବିଷୟରେ କହିଥିଲେ। ଉତ୍ତରାଖଣ୍ଡ ଏକ ୱେଡିଂ ଡେଷ୍ଟିନେସନ ବା ବିବାହ ପାଇଁ ଯୋଗ୍ୟସ୍ଥାନ ବୋଲି ସେ ନିବେଶକଙ୍କୁ କହିଥିଲେ। ଏହି କ୍ରମରେ ଗୁପ୍ତା ବନ୍ଧୁ ତାଙ୍କ ପୁଅର ବିବାହ ପାଇଁ ଆଉଲିକୁ ବାଛିଛନ୍ତି। ଏହାଦ୍ୱାରା ଉତ୍ତରାଖଣ୍ଡ ଏକ ୱେଡିଂ ଡେଷ୍ଟିନେସନ ଭାବେ ପରିଚିତ ହେବ।
ଉତ୍ତରପ୍ରଦେଶ ସହାରନପୁରର ମୂଳନିବାସୀ ଗୁପ୍ତା ବନ୍ଧୁ ଏବେ ଦୁବାଇରେ ରହୁଛନ୍ତି। ୧୯୯୦ ଦଶକରେ ଭାରତ ଛାଡ଼ି ଦକ୍ଷିଣଆଫ୍ରିକାକୁ ଯାଇଥିଲେ। ଗୁପ୍ତା ବନ୍ଧୁ ଭାବେ ଜଣାଶୁଣା ତିନି ଭାଇ ଅତୁଲ, ରାଜେଶ ଏବଂ ଅଜୟ ସେଠାରେ କମ୍ପ୍ୟୁଟର, ଖଣି ଖନନ ଏବଂ ଇଂଜିନିୟରିଂ କ୍ଷେତ୍ରରେ ବ୍ୟବସାୟ ଆରମ୍ଭ କରି ସଫଳତା ପାଇଥିଲେ। ଗୁପ୍ତାବନ୍ଧୁ ଏବେ ଦକ୍ଷିଣଆଫ୍ରିକାର ସବୁଠୁ ଧନୀ ବ୍ୟକ୍ତିରେ ଗଣା ହେଉଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories