www.samajalive.in
Tuesday, December 9, 2025
17.1 C
Bhubaneswar

ଜୁଲାଇ ୫ରୁ ଉତ୍କଳ ବିଶ୍ବବିଦ୍ୟାଳୟ ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷା

ଭୁବନେଶ୍ବର : ଉତ୍କଳ ବିଶ୍ବବିଦ୍ୟାଳୟ ୨୦୧୯-୨୦ ଶିକ୍ଷାବର୍ଷ ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମ ନିମନ୍ତେ ପ୍ରବେଶିକା ପରୀକ୍ଷା ଜୁଲାଇ ୫ରୁ ଆରମ୍ଭ ହୋଇ ୧୩ ଜୁଲାଇରେ ଶେଷ ହେବ। ମୋଟ ୨୭ଟି ସ୍ନାତକୋତ୍ତର ପାଠ୍ୟକ୍ରମ ସହ ସେଲ୍ଫ ଫାଇନାନ୍ସିଂ ବିଷୟ ପାଇଁ ପ୍ରବେଶିକା ହେବ। ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଆବେଦନ କରିପାରିବେ। ୨୧ରୁ ୩୦ ମଧ୍ୟରେ ବିଶ୍ବବିଦ୍ୟାଳୟ ୱେବ୍‌ସାଇଟ୍‌ରୁ ଆଡମିଟ୍‌ କାର୍ଡ ମିଳିପାରିବ। ତେବେ ଏମ୍‌ଫିଲ୍‌ ଓ ପିଏଚ୍‌ଡି ପାଠ୍ୟକ୍ରମ ପାଇଁ ଏଯାବତ୍‌ ବିଜ୍ଞପ୍ତି ପ୍ରକାଶ ପାଇନି। ଚଳିତ ଥର ଏମ୍‌ଫିଲ୍‌ ଓ ପିଏଚ୍‌ଡି ପାଠ୍ୟକ୍ରମ ପ୍ରବେଶିକାରେ ସଂସ୍କାର ଆଣିବାକୁ ଥିବାରୁ ବିଳମ୍ବ ହୋଇଥିବା ସୂଚନା ମିଳିଛି। ଚଳିତ ଥର ପିଜି ପାଠ୍ୟକ୍ରମ ଭଳି ଏକକ ଭାବେ ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରବେଶିକା କରିବାକୁ ଯୋଜନା କରାଯାଇଛି। ତେବେ ଏମ୍‌ଫିଲ୍‌ ଓ ପିଏଚ୍‌ଡି ପରୀକ୍ଷାରେ ବିଳମ୍ବ ହେବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଏନେଇ ପିଜି କାଉନସିଲ ଅଧ୍ୟକ୍ଷା ପ୍ରଫେସର ସବିତା ଆଚାର୍ଯ୍ୟ କହିଛନ୍ତି ଚଳିତ ମାସରେ ଏମ୍‌ଫିଲ୍‌ ଓ ପିଏଚ୍‌ଡି ପାଠ୍ୟକ୍ରମର ଫଳ ପ୍ରକାଶ କରିବାକୁ ଯୋଜନା ରଖାଯାଇଛି। ଫଣି ଯୋଗୁଁ ଦୁଇ ପାଠ୍ୟକ୍ରମlର ନାମଲେଖା ପ୍ରକ୍ରିୟା ବିଳମ୍ବ ହୋଇଛି। ଏହି ଦୁଇ ପାଠ୍ୟକ୍ରମର ପ୍ରବେଶିକା ଓ ପାଠ୍ୟକ୍ରମରେ କିଛିଟା ପରିବର୍ତ୍ତନ କରିବାକୁ ଯୋଜନା ରଖାଯାଇଛି ବୋଲି ସେ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories