www.samajalive.in
Tuesday, December 9, 2025
17.1 C
Bhubaneswar

ସୁନାହାର ଲୁଟ୍‍ ପରେ ସ୍କୁଟିରୁ ମହିଳାଙ୍କୁ ଠେଲିଦେଲେ ଦୁର୍ବୃତ୍ତ

ବାଲେଶ୍ୱର : ବାଲେଶ୍ୱର ଜିଲା ୧୬ ନମ୍ବର ଜାତୀୟ ରାଜପଥର ସୋର ଥାନା ନିକଟରେ ଗୁରୁବାର ସ୍କୁଟିରେ ଯାଉଥିବା ଜଣେ ମହିଳାଙ୍କଠାରୁ ୩ଜଣ ଦୁର୍ବୃତ୍ତ ସୁନାହାର ଲୁଟି ନେଇଥିବା ଜଣାପଡ଼ିଛି। ମହିଳା ଜଣକ ହେଉଛନ୍ତି ରୋଷୋ ଗ୍ରାମର ମାନସୀ ପଣ୍ଡା। ହାର ଲୁଟି ନେବା ପରେ ଦୁର୍ବୃତ୍ତମାନେ ମାନସୀଙ୍କୁ ସ୍କୁଟିରୁ ଠେଲି ପକାଇ ଦେଇଥିଲେ। ଆହତ ଅବସ୍ଥାରେ ମାନସୀ ସୋର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ସୂଚନା ଅନୁସାରେ, ମାନସୀ ନିଜ ସ୍କୁଟିରେ ସୋରରୁ ଘରକୁ ଫେରୁଥିବା ବେଳେ ଥାନା ନିକଟରେ ୩ ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ବେକରୁ ସୁନାହାର ଲୁଟି ନେଇଥିଲେ। ଏହାସହିତ ତାଙ୍କ ସ୍କୁଟିକୁ ଗୋଇଠା ମାରି ପକାଇ ଦେଇଥିଲେ। ସ୍ଥାନୀୟ ଲୋକେ ମାନସୀଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ କରିଛନ୍ତି। ସୋର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories