ମାଲକାନଗିରି: ହ୍ୟାଣ୍ଡ ଗ୍ରେନେଡ ସହ ପିଲା ଖେଳୁଥିବାବେଳେ ତାହା ବିସ୍ଫୋରଣ ହୋଇଛି। ଫଳରେ ୨ ଜଣ ଶିଶୁ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମାଲକାନଗିରି ସୀମାନ୍ତ ଛତିଶଗଡ଼ କାଙ୍କେର ଜିଲାର ପ୍ରତାପପୁର ଥାନା ଅନ୍ତର୍ଗତ ରାମପୁର ଗାଁରେ ଏହି ଘଟଣା ଘଟିଛି। ଦୁଇଟି ପିଲା ହ୍ୟାଣ୍ଡ ଗ୍ରେନେଡଟିକୁ ଖେଳଣା ଭାବି ଘରକୁ ନେଇ ଆସିଥିଲେ। ପରେ ସେଥିରେ ଖେଳୁଥିବାବେଳେ ତାହା ଫାଟି ଯାଇଥିଲା।
Popular Categories



