www.samajalive.in
Tuesday, December 9, 2025
17.1 C
Bhubaneswar

ଝାଞ୍ଜି ଯନ୍ତ୍ରଣା ସାଂଘାତିକ ; ୬ ସହରରେ ୪୫ଂ ଡେଇଁଲା ପାରଦ

ଭୁବନେଶ୍ୱର : ଚରମ ସୀମାରେ ପହଞ୍ଚିଲାଣି ତାତି ଯନ୍ତ୍ରଣା। ଆକାଶରୁ ଖରା ନୁହେଁ ନିଆଁ ଝରୁଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜଳୁଛି ସାରା ଓଡ଼ିଶା। ବୁଧବାର ରାଜ୍ୟର ୧୫ଟି ସହରରେ ପାରଦ ୪୦ଂ ଉପରେ ରହିଥିବା ବେଳେ ସେଥିରୁ ୬ଟି ସହରରେ ତାତି ୪୫ଂ ଡେଇଁଛି। ପଶ୍ଚିମ ଓଡ଼ିଶା ଠାରୁ ନେଇ ଉପକୂଳ ଓଡ଼ିଶା ପର୍ଯ୍ୟନ୍ତ ସବୁଠି ସ୍ଥିତି ସମାନ। ଏଭଳି ତାତି ଆହୁରି ତିନିଦିନ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଅପରପକ୍ଷେ ପାଣିପାଗ ବିଶେଷଜ୍ଞ କହିଛନ୍ତି ଯେ ବର୍ଷା ସମ୍ଭାବନା ଥିବାରୁ ୧୫ ତାରିଖରେ ତାପମାତ୍ରା ହ୍ରାସ ପାଇବ। ତେବେ ୧୬ ଓ ୧୭ ତାରିଖରେ ବର୍ଷାର ସମ୍ଭାବନା ରହିଛି। ତେବେ ରଜ ପୂର୍ବରୁ ମୌସୁମି ଆସିବାର ସମ୍ଭାବନା ନାହିଁ ବୋଲି କୁହାଯାଇଛି।
ଆଜି ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ୪୫.୬ଂ ରହିଥିବା ବେଳେ ତାଳଚେରରେ ୪୫.୩ଂ, ହୀରାକୁଦ ଓ ସୋନପୁରରେ ୪୫.୨ଂ, ଝାରସୁଗୁଡ଼ା ଏବଂ ଟିଟିଲାଗଡ଼ରେ ୪୫ଂ ରେକର୍ଡ କରାଯାଇଛି। ସେହିପରି ସୁନ୍ଦରଗଡ଼ରେ ୪୪.୫ଂ, ଅନୁଗୋଳରେ ୪୩.୯ଂ, ମାଲକାନଗିରିରେ ୪୨.୬ଂ, ବଲାଙ୍ଗୀରରେ ୪୨.୫ଂ, ଭୁବନେଶ୍ବରରେ ୪୨.୪ଂ, ଭବାନୀପାଟଣାରେ ୪୧.୮ଂ, କେନ୍ଦୁଝରରେ ୪୦.୯ଂ, ଚାନ୍ଦବାଲିରେ ୪୦.୮ଂ, କଟକରେ ପାରଦ ୪୦.୫ଂ ଛୁଇଁଥିଲା। ବାରିପଦା ଓ ଦାରିଙ୍ଗବାଡ଼ିରେ ପାରଦ ୩୮ଂ ଉପରେ ରହିଥିବା ବେଳେ କୋରାପୁଟ, ପୁରୀ ଓ ବାଲେଶ୍ବରରେ ତାତି ୩୫ଂ ଅତିକ୍ରମ କରିଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ରାଜ୍ୟରେ ବର୍ଷାର ସମ୍ଭାବନା ନଥିବାବେଳେ ଆହୁରି ତିନିଦିନ ପର୍ଯ୍ୟନ୍ତ ଅନୁରୂପ ସ୍ଥିତି ଲାଗି ରହିବ। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ୧୩ ଓ ୧୪ ତାରିଖରେ ଉପକୂଳ ଓଡ଼ିଶାରେ ତାତି ବଢ଼ିବ। ୧୬ ଓ ୧୭ ତାରିଖରେ ବର୍ଷା ସମ୍ଭାବନା ଥିଲେ ସୁଦ୍ଧା ୨୦ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଲାଗି ରହିବ। ରଜ ସମୟରେ ପାଗ ମେଘୁଆ ରହିବା ସହ କିଛି ସ୍ଥାନରେ ବିକ୍ଷିପ୍ତ ଭାବେ ବର୍ଷାର ସମ୍ଭାବନା ରହିଛି। ଅଧିକାଂଶ ଦିନ ଉତ୍ତପ୍ତ ରହୁଥିବା ଗଞ୍ଜାମ, ବଲାଙ୍ଗୀର, କଳାହାଣ୍ଡି ଜିଲାରେ ୧୬ ଓ ୧୭ ତାରିଖରେ ପାଗ ମେଘୁଆ ରହିବ। ତେବେ ମୌସୁମି ଆସିବା ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ନାହିଁ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories