www.samajalive.in
Monday, December 8, 2025
27.1 C
Bhubaneswar

ଭାରତ-ଜାପାନ, ଆମେରିକା-ଦକ୍ଷିଣ ଆଫ୍ରିକା ସେମିଫାଇନାଲ

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡ଼ିୟମରେ ଚାଲିଥିବା ଏଫଆଇଏଚ ହକି ସିରିଜ ଫାଇନାଲସ୍‍ର ସେମିଫାଇନାଲ ଲାଇନ୍‍ଅପ ଚୂଡ଼ାନ୍ତ ହୋଇଛି। ୧୪ରେ ପ୍ରଥମ ସେମିଫାଇନାଲ ମ୍ୟାଚ ଭାରତ -ଜାପାନ ସହିତ ଓ ଦ୍ୱିତୀୟ ସେମିଫାଇନାଲରେ ଆମେରିକା -ଦକ୍ଷିଣ ଆଫ୍ରିକାକୁ ଭେଟିବ। ବୁଧବାର ପ୍ରତିଯୋଗିତାର ଦୁଇଟି କ୍ରସ ଓଭର ମ୍ୟାଚ ଖେଳାଯାଇଥିଲା। ଏଥିରେ ଜାପାନ ଓ ଦକ୍ଷିଣଆଫ୍ରିକା ବିଜୟୀ ହୋଇ ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି।
ଅପରାହ୍ଣରେ ପ୍ରଥମ କ୍ରସ ଓଭର ମ୍ୟାଚ୍‌ରେ ଜାପାନ ୬-୨ ଗୋଲରେ ପୋଲାଣ୍ଡକୁ ପରାସ୍ତ କରି ସେମିଫାଇନାଲକୁ ଉନ୍ନୀତ ହୋଇଛି। ୭ ମିନିଟ୍‍ରେ ପୋଲାଣ୍ଡ ପକ୍ଷରୁ ମିକୋଲାଜ୍‍ ଗୁମ୍‍ନି ପ୍ରଥମ ଗୋଲ ଦେଇ ଦଳକୁ ଆଗୁଆ କରିଥିଲେ। ୨୦ ମିନିଟ୍‍ରେ ଜାପାନ ପକ୍ଷରୁ ୟାମାଡ଼ା ସୋଟା ଗୋଲ ଦେଇ ମ୍ୟାଚକୁ ୧-୧ ବରାବର ସ୍ଥିତିକୁ ଆଣିଥିଲେ। ୨୩ ମିନିଟ୍‍ରେ ଜାପାନକୁ ଆଉ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଜିଡ଼ାନା ହିରୋଟାକା ଏହାକୁ ଗୋଲରେ ପରିଣତ କରି ଦଳକୁ ୨-୧ରେ ଆଗୁଆ କରିଥିଲେ। ୨୬ ମିନିଟ୍‍ରେ ପୋଲାଣ୍ଡ ପକ୍ଷରୁ ହୁଲବୋଜ୍‍ ମ୍ୟାଥୁସ୍‍ ଗୋଲ ଦେଇ ମ୍ୟାଚକୁ ୨-୨ ବରାବର ସ୍ଥିତିକୁ ଆଣିଥିଲେ। ୩୪ ମିନିଟ୍‍ରେ ଜାପାନ ପକ୍ଷରୁ ଙ୍କେଟା ଟାନାକା ଗୋଲ ଦେଇ ମ୍ୟାଚକୁ ୩-୨ ସ୍ଥିତିକୁ ଆଣିଥିଲେ। ୩୬ ମନିଟ୍‍ରେ କୋଜି ୟାମାକାସି ଜାପାନ ପକ୍ଷରୁ ଚତୁର୍ଥ ଗୋଲ ସ୍କୋର କରିଥିଲେ। ୪୭ ମିନିଟ୍‍ରେ ଜାପାନ ପକ୍ଷରୁ କେଞ୍ଜି କିଟାଜାଟୋ ପଞ୍ଚମ ଓ ୬୦ ମିନିଟ୍‍ରେ କୋଜି ୟାମାସାକି ୬ଷ୍ଠ ଗୋଲ ଦେଇଥିଲେ। ଖେଳ ଆରମ୍ଭରୁ ରାଜ୍ୟର ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟର ଦେବାଶିଷ ମହାନ୍ତି ଯୋଗଦେଇ ଖେଳାଳିଙ୍କ ସହିତ ପରିଚିତ ହୋଇଥିଲେ। ଜାପାନର କାଜୁମା ମୁରାଟା ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ।
୨ୟ କ୍ରସ ଓଭର ମ୍ୟାଚରେ ଦକ୍ଷିଣ ଆଫ୍ରିକା ୨-୧ ଗୋଲରେ ରୁଷିଆକୁ ପରାସ୍ତ କରିଛି। ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ବେଶ ସଂଘର୍ଷପୂର୍ଣ୍ଣ ହୋଇଥିଲା। ୪୦ ମିନିଟ୍‍ରେ ଦକ୍ଷିଣଆଫ୍ରିକା ପକ୍ଷରୁ ଏନ୍‍ତୁଲି କ୍ୟୁବାଇଲ ଗୋଲ ଦେଇ ଦଳକୁ ଆଗୁଆ କରିଥିଲେ। ୪୭ ମିନିଟ୍‍ରେ ରୁଷିଆ ପକ୍ଷରୁ ଆରୁସିଆ ଗର୍ଗି ଗୋଲ ଦେଇ ମ୍ୟାଚକୁ ୧-୧ ବରାବର କରିଥିଲେ। ୫୩ ମିନିଟ୍‍ରେ ଦକ୍ଷିଣ ଆଫ୍ରିକାର ରିୟାନ ଜୁଲିୟସ ୨ୟ ଗୋଲ ଦେଇ ଦଳକୁ ଜିତାଇଥିଲେ। ଦକ୍ଷିଣ ଆଫ୍ରିକାର ଅଷ୍ଟିନ୍‍ ସ୍ମିଥ ମ୍ୟାନ ଅଫ ଦି ମ୍ୟାଚ୍‌ ହୋଇଥିଲେ।
୫ ବର୍ଷରେ ୧୦୦ ମ୍ୟାଚ୍‌: କଳିଙ୍ଗ ଷ୍ଟାଡ଼ିୟମରେ ବୁଧବାର ୧୦୦ତମ ଅନ୍ତର୍ଜାତୀୟ ହକି ମ୍ୟାଚ ଖେଳାଯାଇଥିଲା। ଜାପାନ ଓ ପୋଲାଣ୍ଡ ମଧ୍ୟରେ ଏଫ୍‍ଆଇଏଚ୍‍ ସିରିଜ୍‍ ହକି ଫାଇନାଲ୍‍ସର ପ୍ରଥମ କ୍ରସ ଓଭର ମ୍ୟାଚ କଳିଙ୍ଗ ଷ୍ଟାଡ଼ିୟମ ହକି କମ୍ପେ୍ଲକ୍ସ ୧୦୦ତମ ମ୍ୟାଚ ହୋଇଥିଲା। ଏହି ସଫଳତା କଳିଙ୍ଗ ଷ୍ଟାଡ଼ିୟମକୁ ୫ ବର୍ଷରେ ମିଳିଛି। ୨୦୧୩ରେ କଳିଙ୍ଗ ଷ୍ଟାଡ଼ିୟମ ସିନ୍ଥେଟିକ୍‍ ହକି ଗ୍ରାଉଣ୍ଡ ନିର୍ମିତ ହୋଇଥିଲେ ମଧ୍ୟ ୨୦୧୪ରେ ଚମ୍ପିଆନ୍ସ ଟ୍ରଫି ହକିରୁ ଅନ୍ତର୍ଜାତୀୟ ପ୍ରତିଯୋଗିତା ଆରମ୍ଭ ହୋଇଥିଲା।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories