www.samajalive.in
Tuesday, December 9, 2025
17.1 C
Bhubaneswar

ଚନ୍ଦ୍ରଯାନ-୨ର ପ୍ରଥମ ଫଟୋ ଉନ୍ମୋଚନ କଲା ଇସ୍ରୋ

ବେଙ୍ଗାଲୁରୁ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ପକ୍ଷରୁ ଚନ୍ଦ୍ରଯାନ-୨ ଅଭିଯାନ ଆରମ୍ଭ ହେବା ପୂର୍ବରୁ ବୁଧବାର ଏହାର ଏକ ଫଟୋ ଉନ୍ମୋଚନ କରାଯାଇଛି। ଆସନ୍ତା ଜୁଲାଇ ୯ରୁ ୧୬ ତାରିଖ ମଧ୍ୟରେ ଶ୍ରୀହରିକୋଟାସ୍ଥିତ ସତିଶ ଧାୱନ ସ୍ପେଶ୍‌ ସେଣ୍ଟରରୁ ଇସ୍ରୋ ଚନ୍ଦ୍ରଯାନ-୨ ଅଭିଯାନ ଆରମ୍ଭ କରିଛି। ଚନ୍ଦ୍ରଯାନ-୨ ମିଶନରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଜିଏସଏଲଭି ଏମକେ ୩ ଜରିଆରେ ୩ଟି ମଡ୍ୟୁଲ ଯଥା ଗୋଟିଏ ଅର୍ବିଟର, ଗୋଟିଏ ଲ୍ୟାଣ୍ଡର ଏବଂ ଗୋଟିଏ ରୋଭର ମହାକାଶକୁ ପ୍ରେରଣ କରାଯିବ। ଲ୍ୟାଣ୍ଡରଟିର ନାଁ ବିକ୍ରମ ରଖାଯାଇଥିବାବେଳେ ରୋଭରଟିର ନାଁ ପ୍ରଜ୍ଞାନ ରହିଛି। ରୋଭର ପ୍ରଜ୍ଞାନକୁ ଲ୍ୟାଣ୍ଡର ବିକ୍ରମ ମଧ୍ୟରେ ରଖାଯିବ। ଲ୍ୟାଣ୍ଡରଟି ଚନ୍ଦ୍ରପୃଷ୍ଠରେ ଓହ୍ଲାଇବା ପରେ ରୋଭର ପ୍ରଜ୍ଞାନକୁ ସେଠାରେ ମୁତୟନ କରାଯିବ।

ଇସ୍ରୋ ସୂଚନା ମୁତାବକ, ଅଭିଯାନ ସମୟରେ ଅର୍ବିଟରଟି ଚନ୍ଦ୍ରର କକ୍ଷପଥରେ ରହିବ ଏବଂ ଧୀରେ ଧୀରେ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଅବସ୍ଥାନ କରିବ। ଚନ୍ଦ୍ରପୃଷ୍ଠରେ ଏହା ପହଞ୍ଚିବା ପରେ ୬ ଚକିଆ ରୋଭର ପ୍ରଜ୍ଞାନକୁ ମୁତୟନ କରାଯିବ। ପ୍ରଜ୍ଞାନ ସେଠାରେ ବିଭିନ୍ନ ପରୀକ୍ଷଣ କରିବ। ପୃଥିବୀ ପୃଷ୍ଠରୁ ଇସ୍ରୋର ବୈଜ୍ଞାନିକମାନେ ଏହାକୁ ନିୟନ୍ତ୍ରଣ କରିବେ। ୧୦ ବର୍ଷ ମଧ୍ୟରେ ଭାରତ ୨ୟ ଥର ପାଇଁ ଚନ୍ଦ୍ରପୃଷ୍ଠକୁ ଚନ୍ଦ୍ରଯାନ ପଠାଇବାକୁ ଯୋଜନା କରିଛି। ଏହି ମିଶନର ନାମ ଚନ୍ଦ୍ରଯାନ-୨ ରଖାଯାଇଛି। ୨୦୦୯ରେ ଭାରତ ପ୍ରଥମ ଥର ଚନ୍ଦ୍ରଯାନ-୧ ଅଭିଯାନ ଆରମ୍ଭ କରିଥିଲା। କିନ୍ତୁ ଚନ୍ଦ୍ରଯାନ-୧ରେ କୌଣସି ରୋଭରକୁ ସାମିଲ କରାଯାଇ ନ ଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories