www.samajalive.in
Tuesday, December 9, 2025
17.1 C
Bhubaneswar

ବିହାରରେ ଜାପାନିଜ ଏନସେଫାଲାଇଟିସ ଆତଙ୍କ, ୩୧ ଶିଶୁ ମୃତ

ପାଟନା: ବିହାରର ମୁଜଫପୁରରେ ଜାପାନିଜ ଏନସେଫାଲାଇଟିସ ଆତଙ୍କ ସୃଷ୍ଟି କରିଛି। ବିଗତ ୧୦ ଦିନ ମଧ୍ୟରେ ଏହି ଜ୍ଵରରେ ୩୧ ଶିଶୁଙ୍କ ମୃତ୍ୟୁ ଘଟିଛି। ମେଡିକାଲ କଲେଜ ଅଧୀକ୍ଷକ ସୁନୀଲ ଶାହିଙ୍କ ସୂଚନା ଅନୁସାରେ, ଗତ ୨ ତାରିଖରୁ ବର୍ତ୍ତମାନ ସମୟ ମଧ୍ୟରେ ୮୬ ଶିଶୁ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଛି। ସେମାନଙ୍କ ମଧ୍ୟରୁ ୩୧ ଜଣଙ୍କ ମୃତ୍ୟୁ ହୋଇସାରିଛି। ଦିଲ୍ଲୀ ଏବଂ ବମ୍ବେରୁ ୨ଟି ଟିମ୍‌ ମୁଜଫପୁର ଆସି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହା ପୂର୍ବରୁ ଗତ ଜାନୁୟାରୀରୁ ଜୁନ ୨ ମଧ୍ୟରେ ୧୩ ରୋଗୀ ଚିହ୍ନଟ ହୋଇଥିଲେ, ଯେଉଁମାନଙ୍କ ମଧ୍ୟରୁ ୩ ଜଣ ପ୍ରାଣ ହରାଇଥିଲେ।

୧୫ ବର୍ଷ ବୟସ ମଧ୍ୟରେ ରହିଥିବା ଶିଶୁମାନେ ବିଶେଷ କରି ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି। ୧ରୁ ୭ବର୍ଷ ବୟସର ଆକ୍ରାନ୍ତ ଶିଶୁମାନେ ଏଥିରେ ପ୍ରାଣ ହରାଉଛନ୍ତି। ଅଧିକାଂଶ ଗରିବ ପରିବାରର ପିଲା ଏଥିରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳୁଛି। ପ୍ରବଳ ଜ୍ଵର ହେବା, ଶିଶୁଙ୍କ ଶରୀରରେ କମ୍ପନ ସୃଷ୍ଟି ହେବା, ଚେତା ହରାଇବା ଆଦି ଏହି ରୋଗର ଲକ୍ଷଣ ବୋଲି ଡାକ୍ତରମାନେ କହିଛନ୍ତି। ତେବେ ଏଥର ବିହାରରେ ଅଧିକ ଗରମ ହେଉଥିବାରୁ ଏହି ରୋଗ ମାତ୍ରାଧିକ ବ୍ୟାପିବାରେ ଲାଗିଛି। ଗତବର୍ଷ କମ୍‌ ଗରମ ହୋଇଥିଲାବେଳେ ଏହାର ପ୍ରଭାବ ମଧ୍ୟ କମ୍‌ ଦେଖିବାକୁ ମିଳିଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories