www.samajalive.in
Monday, December 8, 2025
20.1 C
Bhubaneswar

ସଲମାନଙ୍କ ବଦାନ୍ୟତା : ରାଇଜିଙ୍ଗ୍‍ ଷ୍ଟାର ଅଫତାବଙ୍କ ୩ ଲକ୍ଷ ଟଙ୍କାର ଋଣ ସୁଝିଲେ

ମୁମ୍ବଇ : ବଲିଉଡ଼ ଅଭିନେତା ସଲମାନ ଖାନ ଅନେକ ଥର ଲୋକଙ୍କୁ ସହାୟତାର ହାତ ବଢାଇଛନ୍ତି। ନିକଟରେ ସେ ପୁଣି ଥରେ ତାଙ୍କର ଏହି ଦୟାଳୁ ସ୍ୱଭାବର ପରିଚୟ ଦେଇଛନ୍ତି। ସଲମାନ ସଙ୍ଗୀତ ଭିତ୍ତିକ ରିୟାଲିଟି ଶୋ’ ‘ରାଇଜିଙ୍ଗ୍‍ ଷ୍ଟାର-୩’ର ବିଜେତା ଅଫତାବ ସିଂହଙ୍କ ପରିବାରର ୩ ଲକ୍ଷ ଟଙ୍କାର ଋଣ ସୁଝିଥିବା ଖବର ମିଳିଛି।

image courtesy-StarsUnfolded

ବିଶେଷ ସୂତ୍ରରୁ ପ୍ରକାଶ ଯେ, କିଛିଦିନ ତଳେ ‘ଭାରତ’ ଚଳଚ୍ଚିତ୍ରର ପ୍ରମୋଶନ ପାଇଁ ସଲମାନ କ୍ୟାଟ୍ରିନାଙ୍କ ସହ ‘ରାଇଜିଙ୍ଗ୍‍ ଷ୍ଟାର’ ମଞ୍ଚରେ ପହଞ୍ଚିଥିଲେ। ସେତେବେଳେ ଉପସ୍ଥାପକ ଆଦିତ୍ୟ ନାରାୟଣ କହିଥିଲେ ଅଫତାବଙ୍କ ପିତା ତାଙ୍କ ଘର ଛାତ ପକାଇବା ପାଇଁ ୩ ଲକ୍ଷ ଟଙ୍କା ଋଣ କରିଛନ୍ତି। ଏବେ ସଲମାନ ତାଙ୍କର ଏହି ଋଣ ପରିଶୋଧ କରିଦେଇଥିବା ଜଣାପଡ଼ିଛି।

- Advertisement -

ଶୋ’ ରେ ଅଫତାବ କହିଥିଲେ, ସେ ସଲମାନଙ୍କର ଜଣେ ବଡ଼ ପ୍ରଶଂସକ। ତାଙ୍କ କହିବାନୁସାରେ, ସେ ଜୀବନରେ ଖୁବ୍‍ ପରିଶ୍ରମ କରିବେ ଯେପରି ଦିନେ ସଲମାନଙ୍କ ପାଇଁ ନିଜ କଣ୍ଠଦାନ କରିବାର ସୁଯୋଗ ପାଇପାରିବେ। ସୂଚନାଯୋଗ୍ୟ, ପଞ୍ଜାବର ଫରୀଦକୋଟରେ ବାସ କରୁଥିବା ୧୨ ବର୍ଷୀୟ ଅଫତାବ ଶୋ’ର ବିଜେତା ହେବା ପରେ ତାଙ୍କୁ ଟ୍ରଫି ସହ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିଥିଲା।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories