www.samajalive.in
Monday, December 8, 2025
27.1 C
Bhubaneswar

ଭାରତୀୟ ଉଚ୍ଚାୟୁକ୍ତଙ୍କୁ ଭେଟିଲେ ଟିମ୍ ଇଣ୍ଡିଆ ସଦସ୍ୟ

ଲଣ୍ଡନ୍‌ : କ୍ରିକେଟ୍ ବିଶ୍ବକପ୍‌ରେ ଭାଗ ନେବାକୁ ଯାଇଥିବା ଭାରତୀୟ କ୍ରିକେଟ୍ ଦଳ (ଟିମ୍‌ ଇଣ୍ଡିଆ) ସଦସ୍ୟମାନେ ଇଂଲଣ୍ଡରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ରୁଚି ଘନଶ୍ୟାମଙ୍କୁ ତାଙ୍କ ସରକାରୀ ବାସଭବନରେ ସାକ୍ଷାତ କରିଥିଲେ। ଅଧିନାୟକ ବିରାଟ କୋହଲି, ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ ସହ ଟିମ୍‌ ଇଣ୍ଡିଆର ଅନ୍ୟାନ୍ୟ ସଦସ୍ୟ ଓ ସପୋର୍ଟ ଷ୍ଟାଫ୍‌ ଉଚ୍ଚାୟୁକ୍ତଙ୍କ ସହ ସାକ୍ଷାତ ଆଲୋଚନା କରିଥିବା ଜଣାପଡ଼ିଛି। ଭାରତୀୟ ଦଳ ବିଶ୍ବକପ୍‌ରେ ନିଜ ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ହରାଇଥିବା ବେଳେ ରବିବାର ଦ୍ବିତୀୟ ମ୍ୟାଚ୍‌ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ। ଭାରତୀୟ ଉଚ୍ଚାୟୁକ୍ତ ବିଶ୍ବକପ୍‌ ନିମନ୍ତେ ଟିମ୍‌ ଇଣ୍ଡିଆକୁ ଶୁଭକାମନା ଜଣାଇଛନ୍ତି। ଟିମ୍‌ ଇଣ୍ଡିଆ ସଦସ୍ୟ ଭାରତୀୟ ଉଚ୍ଚାୟୁକ୍ତଙ୍କୁ ଭେଟିବା ସମୟର ଫଟୋ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟ ତରଫରୁ ଟ୍ବିଟର୍‌​‌େ​‌ର ଅପଲୋଡ୍‌ କରାଯାଇଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories