ଶୁକ୍ରବାର ରାଶିଫଳ

ମେଷ: ବ୍ୟବସାୟକୁ ବଢ଼ାଇବା ପାଇଁ ଅଧିକ ଅର୍ଥ ବିନିଯୋଗ କରିବେ। ଉଦାର ପ୍ରକୃତିର ହେବେ। ଦାନଶୀଳ ହୋଇପାରନ୍ତି। ସୁଖ ମିଳିବ। ମହାନ୍‍ ବ୍ୟକ୍ତିତ୍ୱର ପରିଚୟ ଦେବେ। ସୁସ୍ଥ ଓ ନିରାମୟ ରହିବେ। କୃଷି କର୍ମ ଉପରେ ଗୁରୁତ୍ୱ ଦେବେ।
ବୃଷ: ଉତ୍ସବାଦିରେ ଆପ୍ୟାୟିତ ହୋଇପାରନ୍ତି। ମନୋବଳ ଦୃଢ଼ ରହିବ। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ୱଭାବର ହେବେ। ମଧୁରଭାଷୀ ହୋଇପାରନ୍ତି। ଥଣ୍ଡା-କଫଜନିତ ପୀଡ଼ା ଭୋଗ କରିପାରନ୍ତି। ପ୍ରେମୀ ଓ ସାହସୀ ହେବେ।
ମିଥୁନ: ଗୁରୁଜନଙ୍କ ପାଇଁ ଚିନ୍ତିତ ହେବେ। କାର୍ଯ୍ୟର ସଫଳତା ପାଇବାକୁ ହେଲେ ତରବର ନହୋଇ ଅପେକ୍ଷା କରିବାକୁ ପଡ଼ିବ। ଭାଗ୍ୟଶାଳୀ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ହୋଇପାରନ୍ତି।
କର୍କଟ: ଉଚ୍ଚଶିକ୍ଷା ପ୍ରତି ଆଗ୍ରହୀ ହୋଇପାରନ୍ତି। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଐଶ୍ୱର୍ଯ୍ୟଯୁକ୍ତ ହେବେ। ବ୍ୟବସାୟ ପାଇଁ ଉଦ୍ୟମ ଚଳାଇବେ। ରଣାଙ୍ଗନରେ କୃତିତ୍ୱ ହାସଲ କରିବେ। ମୋକଦ୍ଦମାର ରାୟ ଆପଣଙ୍କ ସପକ୍ଷରେ ଯିବ। ଧନଲାଭର ସୁଯୋଗ ଅଛି।
ସିଂହ: ସାମର୍ଥ୍ୟର ଅଭାବ ଅନୁଭୂତ ହୋଇପାରେ। ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି। ଚଞ୍ଚଳ ସ୍ୱଭାବର ହେବେ। ମଧୁର କଥା କହି ପରକୁ ନିଜର କରିପାରନ୍ତି। ରାଜଯୋଗ ଅଛି। ଖର୍ଚ୍ଚାନ୍ତ ହେବେ। ଧାର୍ମିକ ପ୍ରବୃତ୍ତିର ହେବେ। ସାହସୀ ଓ ଜ୍ଞାନୀ ହେବେ।
କନ୍ୟା: ଆୟ ଆଶାନୁରୂପ ହେବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଯଶସ୍ୱୀ ହେବେ। ଲୋକ ପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହେବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ଜ୍ୟୋତିଷଶାସ୍ତ୍ର ପ୍ରତି ରୁଚି ରହିବ। ଗୃହ ଓ ଯାନବାହନ ସୁଖ ମିଳବ।
ତୁଳା: ସାହସିକ ପଦକ୍ଷେପ ନେଇ କାର୍ଯ୍ୟ କରିପାରନ୍ତି। ବନ୍ଧୁ ସୁଖ ମିଳିବ। କୁଳ ଉଦ୍ଧାରକ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଦୟାଳୁ ସ୍ୱଭାବର ହେବା ଆଶାକରାଯାଏ। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହୋଇପାରନ୍ତି।
ବିଛା: ଭାଗ୍ୟଶାଳୀ ହୋଇପାରନ୍ତି। ଦିନଟି ଭୋଗ ବିଳାସରେ ଅତିବାହିତ କରିବେ। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ। ଧର୍ମାତ୍ମା, ପ୍ରବାସ ପ୍ରିୟ, ବିଦ୍ୱାନ୍‍, ସାହସୀ ଓ ସମ୍ପତ୍ତିବାନ୍‍ ହେବେ। ଉଦ୍ୟୋଗୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହୋଇପାରେ।
ଧନୁ: ସୁଖୀ ହେବେ। ସମ୍ମାନିତ ହୋଇପାରନ୍ତି। ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ଈର୍ଷା ପରାୟଣ ହେବେ। ସ୍ୱାଭିମାନୀ ହେବେ। ଯୁଗ୍ମ-ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବା ହେତୁ ସତର୍କତାର ସହ ଚଳିବାକୁ ପଡ଼ିବ।
ମକର: କାର୍ଯ୍ୟରେ ଢ଼େର ଉନ୍ନତି ଘଟିବ। ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତା ସହ ଚଳିବାକୁ ପଡ଼ିବ। ସମାଜ ସେବା ପ୍ରତି ମନ ବଳାଇପାରନ୍ତି। ମନରେ ଅହଂଭାବ ଜାଗ୍ରତ ହୋଇପାରେ। ଶାନ୍ତ ହେବେ। ପତ୍ନୀଙ୍କ କଥାରେ ଚାଲିବେ।
କୁମ୍ଭ: ଶୁଭକାର୍ଯ୍ୟରେ ଯୋଗଦାନ କରିପାରନ୍ତି। ଦୃଢ଼ ମନୋବଳ ନେଇ କାର୍ଯ୍ୟ କରି ଚାଲିବେ। ଭାଇମାନଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା ଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ବଳିଷ୍ଠ ଓ ଶତ୍ରୁହନ୍ତା ହେବେ। ଚାକିରି କ୍ଷେତ୍ରରେ ସୁନାମ ଅର୍ଜନ କରିବେ।
ମୀନ: ଜଞ୍ଜାଳରେ ଜଡ଼ିତ ହୋଇପାରନ୍ତି। ବିଭିନ୍ନ ଦିଗରୁ ସାହଯ୍ୟ ପ୍ରାପ୍ତ ହେବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ବ୍ୟବସାୟରେ ପ୍ରଚୁର ଧନଲାଭ ହେବ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ପତ୍ନୀ ସହାୟିକା ହେବେ।

Comments are closed.