www.samajalive.in
Tuesday, December 9, 2025
16.1 C
Bhubaneswar

ବିଗତ ୫ ବର୍ଷ ହେବ ବିଶ୍ୱରେ ଭାରତର ମର୍ଯ୍ୟାଦା ବୃଦ୍ଧିପାଇଛି : ଏସ୍‍. ଜୟଶଙ୍କର

ନୂଆଦିଲ୍ଲୀ : ବୈଦେଶିକ  ମନ୍ତ୍ରୀ ଡକ୍ଟର ଏସ୍‍. ଜୟଶଙ୍କର କହିଛନ୍ତି ସରକାର ୫ବର୍ଷ ହେବ ଦେଶର ପରିବର୍ତ୍ତନ ଆକାଂକ୍ଷାକୁ ଉଜ୍ଜୀବିତ ରଖିବା ସଙ୍ଗେ ସଙ୍ଗେ ସୁଦୃଢ଼ କରିଛନ୍ତି । ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଲାବେଳେ ଶ୍ରୀ ଜୟଶଙ୍କର କହିଛନ୍ତି ବିଶ୍ୱରେ ଭାରତର ମର୍ଯ୍ୟାଦା
ବୃଦ୍ଧିପାଇଛି ବୋଲି ଦେଶର ଅଧିକାଂଶ ଲୋକ ହୃଦୟଙ୍ଗମ କରିଛନ୍ତି । ସେ କହିଛନ୍ତି ଭାରତର ଅଭିବୃଦ୍ଧି ପଡୋଶୀ ଦେଶଗୁଡ଼ିକ ସମସ୍ୟା ଦୂର କରିବ
ଏବଂ ଅର୍ଥନୈତିକ ଅଭିବୃଦ୍ଧି ହାସଲ କରିବା ଦିଗରେ ସହାୟକ ହେବ । ଶ୍ରୀ ଜୟଶଙ୍କର କହିଛନ୍ତି ଦେଶ ବାହାରେ ବ୍ୟବସାୟୀ ମାନଙ୍କୁ ସାହାଯ୍ୟ କରିବା ପାଇଁ ଭାଗିଦାରୀ ପରିବେଶ ଓ ବ୍ୟବସ୍ଥା କାର୍ଯ୍ୟକାରୀ ଦିଗରେ ଭାରତର ବୈଦେଶିକ ନୀତିର ଗୁରୁ ଦାୟିତ୍ୱ ରହିଛି । ସେ କହିଛନ୍ତି ଜଗତିକରଣ
ଏବେ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତିକରୁଛି ଫଳରେ ବିଶ୍ୱସ୍ତରୀୟ ଯୋଗାଣଚକ୍ର, ପେଷାଦାରମାନଙ୍କୁ ବିଦେଶରେ ନିଯୁକ୍ତି, ବଜାର ଉପଲବ୍ଧତା ପ୍ରତି ମନ୍ଥରତା ଦେଖାଦେଇଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories