www.samajalive.in
Monday, December 8, 2025
27.1 C
Bhubaneswar

ଅଟାରୀ-ୱାଘା ସୀମାରେ ପାକ୍‌ ରେଞ୍ଜର୍ସଙ୍କୁ ମିଠା ଦେଇ ଇଦ୍‌ ଶୁଭେଚ୍ଛା ଜଣାଇଲା ଭାରତୀୟ ସେନା

ଅମୃତସର: ବୁଧବାର ମୁସଲମାନଙ୍କ ବଡ଼ ପର୍ବ ଇଦ୍‌। ତେଣୁ ପଞ୍ଜାବର ଅମୃତସରରେ ଥିବା ଅଟାରୀ-ୱାଘା ସୀମାରେ ଭାରତୀୟ ସେନା ପାକିସ୍ତାନୀ ରେଞ୍ଜରମାନଙ୍କୁ ଇଦ୍‌ ଶୁଭେଚ୍ଛା ଜଣାଇଛି। ଏହି ଅବସରରେ ଭାରତୀୟ ସେନା ଏବଂ  ପାକ୍‌ ରେଞ୍ଜର୍ସଙ୍କ ମଧ୍ୟରେ ମିଠା ଆଦାନ ପ୍ରଦାନ ହୋଇଥିଲା। ଭାରତୀୟ ସେନା ପକ୍ଷରୁ ପାକ୍‌ ରେଞ୍ଜର୍ସଙ୍କୁ ମିଠା ଦିଆଯାଇ ଶୁଭେଚ୍ଛା ଜଣାଯାଇଥିବାବେଳେ ସେମାନେ ମଧ୍ୟ ମିଠା ଦେଇ ଇଦ୍‌ ମୁବାରକ୍‌ କହିଥିଲେ। ବିଶ୍ଵବ୍ୟାପୀ ଇଦ ପାଳନ କରାଯାଉଛି। ଭାରତରେ ବି ବୁଧବାର ସକାଳୁ ବିଭିନ୍ନ ମସଜିଦରେ ଇଦ୍‌ର ନମାଜ ପାଠ କରାଯାଇଛି। ନମାଜ ପାଠ ପରେ ମୁସଲମାନମାନେ ପରସ୍ପରକୁ ଆଲିଙ୍ଗନ କରି ଇଦ୍‌ ମୁବାରକ୍‌ ଜଣାଇଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories