ମୁମ୍ବଇ : ସିଦ୍ଧାର୍ଥ ମଲହୋତ୍ରାଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ଜବରିୟା ଯୋଡ଼ି’ର ମୁକ୍ତିଲାଭ ତାରିଖ ଘୁଞ୍ଚାଇ ଦିଆଯାଇଛି। ବକ୍ସ ଅଫିସରେ ହ୍ରିତିକ୍ ରୋଶନଙ୍କ ଆଗାମୀ ଚଳଚ୍ଚିତ୍ର ‘ସୁପର ୩୦’ ସହ ଟକ୍କରରୁ ବର୍ତ୍ତିବା ପାଇଁ ଏହାର ମୁକ୍ତିଲାଭ ତାରିଖ ପରିବର୍ତ୍ତନ କରାଯାଇଥିବା ସୂଚନା ମିଳିଛି। ପ୍ରଥମେ ୧୨ ଜୁଲାଇରେ ମୁକ୍ତିଲାଭ ହେବାକୁ ଥିବା ଏହି ଚଳଚ୍ଚିତ୍ର ଏବେ ୨ ଅଗଷ୍ଟରେ ପରଦାକୁ ଆସିବ।
ଉଲ୍ଲେଖଯୋଗ୍ୟ, ‘ଜବରିୟା ଯୋଡ଼ି’ରେ ସିଦ୍ଧାର୍ଥଙ୍କ ବିପକ୍ଷ ନାୟିକା ଭାବେ ପରିଣୀତି ଚୋପ୍ରାଙ୍କୁ ଦେଖିବାକୁ ମିଳିବ। ଏହାବ୍ୟତୀତ ଅପାରଶକ୍ତି ଖୁରାନା ମଧ୍ୟ ଚଳଚ୍ଚିତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ପ୍ରଶାନ୍ତ ସିଂହ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ବହନ କରିଛନ୍ତି।
‘ଜବରିୟା ଯୋଡ଼ି’ର ମୁକ୍ତିଲାଭ ତାରିଖ ଘୁଞ୍ଚିଲା
Popular Categories



