www.samajalive.in
Monday, December 8, 2025
27.1 C
Bhubaneswar

ରୋଜ ପନୀର ରୋଲ

ଆବଶ୍ୟକ ସାମଗ୍ରୀ
ମଇଦା – ୨କପ
ଘିଅ – ୧କପ ରୁ କମ
କୋରା ପନୀର – ୧କପ
ଲଙ୍କା ଗୁଣ୍ଡ – ଅଳ୍ପ
ଅଦା ରସୁଣ ବଟା – ୨ଚାମଚ
ଗରମ ମସଲା – ୧ଚାମଚ
ଲୁଣ – ଆବଶ୍ୟକ ସାମଗ୍ରୀ
ତେଲ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଏକ ବଡ଼ ପାତ୍ରରେ ମଇଦା ଓ ଘିଅକୁ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଏଥିରେ ଅଳ୍ପ ପାଣି ଦେଇ ନରମ ଦଳି ଚକଟା ପ୍ରସ୍ତୁତ କରନ୍ତୁ। ଏହାକୁ ୧୦ ମିନିଟ ରଖି ଦିଅନ୍ତୁ। ଏବେ ଅନ୍ୟ ଏକ ପାତ୍ରରେ ପନୀର, ଅଦା ରସୁଣ ବଟା, ଲୁଣ, ଲଙ୍କା ଗୁଣ୍ଡ,ଗରମ ମସଲା ପକାଇ ଭଲ ଭାବେ ମିଶାଇ ମିଶ୍ରଣ ପ୍ରସ୍ତୁତ କରିଦିଅନ୍ତୁ। ଚକଟା ମଇଦାରୁ ଛୋଟ ଛୋଟ ଗୁଳା କରି ଦିଅନ୍ତୁ। ଏହି ଗୁଳାରୁ ରୁଟି ଆକୃତିର ବେଲି ଦିଅନ୍ତୁ। ଏହି ରୁଟିରେ ପନୀର ମିଶ୍ରଣକୁ ରଖନ୍ତୁ। ଏବେ ଏହାକୁ ଭଲ ଭାବେ ରୋଲ ଭଳି ମୋଡ଼ି ଦିଅନ୍ତୁ। ଏବେ ଏହାକୁ ଗୋଲାପ ଆକୃତିର କରନ୍ତୁ। ଏବେ ଗ୍ୟାସ ଲଗାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଏହାକୁ ଭଲ ଭାବେ ଛାଣି ଦିଅନ୍ତୁ। ଛାଣିବା ପରେ ଏକ ପାତ୍ରକୁ କାଢନ୍ତୁ। ପ୍ରସ୍ତୁତ ହୋଇଗଲା ରୋଜ ପନୀର ରୋଲ। ଗରମାଗରମ ଖାଆନ୍ତୁ ଓ ମଜା ନିଅନ୍ତୁ।

Hot this week

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

Related Articles

Popular Categories