ବିଶ୍ବ ସାଇକେଲ ଦିବସ-୨୦୧୯ ; ସାଇକେଲ କେବଳ ପରିବହନ ସାଧନ ନୁହେଁ ବରଂ ଉତ୍ତମ ସ୍ବାସ୍ଥ୍ୟର ସାଥୀ
ପ୍ରତିଦିନ ନୂତନ ଜ୍ଞାନ କୌଶଳର ଉଦ୍ଭାବନ ଯୋଗୁଁ ଆମ ସମାଜ ଆଗକୁ ଆଗକୁ ବଢିଚାଲିଛି। ମାତ୍ର ଏହା ମଧ୍ୟ ସତ ଯେ, ଅଗ୍ରଗତି କରିବା ସହ ଆମେ ଅଧିକ ବିଳାଶମୟ ଜୀବନର ଅଭ୍ୟସ୍ତ ହୋଇପଡ଼ିଛେ। ଆଜିକାଲି ପ୍ରାୟ ବହୁତ କମ୍ ଲୋକଙ୍କ ଘରେ ସାଇକେଲ ଥିବ କିନ୍ତୁ ଲୋକଙ୍କ ଘରେ ବଡ଼ ଗାଡ଼ି ଗୋଟିଏ ନୁହେଁ ବରଂ ଅଧିକ ଥିବ। ଏସବୁ ଆଲୋଚନା କରିବାର କାରଣ ଆଜି(୩ ଜୁନ୍) ହେଉଛି ବିଶ୍ବ ସାଇକେଲ ଦିବସ। ସାଇକେଲ କେବଳ ବ୍ୟକ୍ତିର ପରିବହନ ସାଧନ ନୁହେଁ ବରଂ ଉତ୍ତମ ସ୍ବାସ୍ଥ୍ୟର ସାଥୀ ମଧ୍ୟ ହୋଇଥାଏ। କେବଳ ଏତିକି ନୁହେଁ ଯଦି ପରିବେଶକୁ ପ୍ରଦୂଷଣମୁକ୍ତ ରଖିବାକୁ ଚାହୁଁଛନ୍ତି ଏବଂ ସ୍ବଚ୍ଛ ବାୟୁରେ ନିଃଶ୍ବାସ-ପ୍ରଶ୍ବାସ ନେବାକୁ ଚାହୁଁଛନ୍ତି ତେବେ ସାଇକେଲର ପ୍ରଚଳନ ପୁଣି ଆରମ୍ଭ କରିବାକୁ ପଡ଼ିବ। ସବୁ ଦେଶର ସଡ଼କ ଏବଂ ପରିବହନ ମନ୍ତ୍ରୀମାନଙ୍କୁ ସାଇକେଲ ଚଳାଉଥିବା ବ୍ୟକ୍ତିଙ୍କ ପାଇଁ ସ୍ବତନ୍ତ୍ର ନୀତି ନିମୟ ତିଆରି କରିବା ମଧ୍ୟ ଆବଶ୍ୟକ।
Comments are closed.