ରୁଦ୍ରପ୍ରୟାଗ : ଶ୍ରଦ୍ଧାଳୁଙ୍କ ଘୋର ବିରୋଧ ଯୋଗୁଁ କେଦାରନାଥରେ ଭିଆଇପି ଦର୍ଶନକୁ ବନ୍ଦ କରିଦିଆଯାଇଛି। ବଦ୍ରିନାଥ-କେଦାରନାଥ ମନ୍ଦିର ସମିତି (ବିକେଟିସି) ପକ୍ଷରୁ ରବିବାର ଏହି ଘୋଷଣା କରାଯାଇଛି। ନିଷ୍ପତ୍ତି ଅନୁସାରେ ଭିଆଇପିଙ୍କ ପାଇଁ ମନ୍ଦିରରେ ଆଉ ସ୍ୱତନ୍ତ୍ର ଦର୍ଶନ ଲାଗି ୨୧୦୦ ଟଙ୍କାର ସ୍ୱତନ୍ତ୍ର ରସିଦ୍ କଟାଯିବ ନାହିଁ। ପ୍ରକାଶ ଯେ ବାବାଙ୍କ ଦର୍ଶନ ପାଇଁ ଭିଆଇପିଙ୍କୁ ବିଶେଷ ସୁବିଧା ପ୍ରଦାନ କରାଯାଉଥିଲା ଓ ଏଥିପାଇଁ ସେମାନଙ୍କୁ ୨୧୦୦ ଟଙ୍କାର ସ୍ୱତନ୍ତ୍ର ରସିଦ୍ କାଟିବାକୁ ପଡୁଥିଲା।
ଫଳରେ ବିଶେଷ ଦର୍ଶନ ପାଇଁ ସ୍ୱତନ୍ତ୍ର ରସିଦ୍ କାଟୁଥିବା ଭିଆଇପି ଶ୍ରଦ୍ଧାଳୁଙ୍କୁ ଏବେ ଘଣ୍ଟା ଘଣ୍ଟା ଧରି ଧାଡ଼ି ଲଗାଇବାକୁ ପଡ଼ିବ। ତେବେ ପ୍ରୋଟକଲର ଆସୁଥିବା ଶ୍ରଦ୍ଧାଳୁ କେବଳ ଭିଆଇପି ଦର୍ଶନ କରିପାରିବ ବୋଲି ବିକେଟିସି ସୂଚନା ଦେଇଛି। ସୂଚନା ଅନୁସାରେ ୧୦ ଦିନ ହେବ କେଦାରନାଥରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢି ଚାଲିଛି। ବାବାଙ୍କ ଦର୍ଶନ ପାଇଁ ଲୋକ ରାତି ୨ଟାରୁ ଧାଡ଼ି ଲଗାଉଥିଲେ ବି ସକାଳ ପର୍ଯ୍ୟନ୍ତ ମନ୍ଦିର ପାଖରେ ପହଞ୍ଚି ପାରୁନାହାନ୍ତି।
କେଦାରନାଥରେ ଭିଆଇପି ଦର୍ଶନ ବନ୍ଦ
Popular Categories



