www.samajalive.in
Tuesday, December 9, 2025
15.1 C
Bhubaneswar

ତାତି ଆଉ ୩ ଦିନ

ନୂଆଦିଲ୍ଲୀ : ଦେଶର ଅଧିକାଂଶ ରାଜ୍ୟରେ ପ୍ରଚଣ୍ଡ ତାତିର ପ୍ରକୋପ ଜାରି ରହିଛି। କେତେକ ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀରୁ ଅଧିକ ହୋଇଛି। ଶୁକ୍ରବାର ରାଜସ୍ଥାନର ଗଙ୍ଗାନଗରରେ ସର୍ବାଧିକ ୪୯.୬ ଡିଗ୍ରୀ ରେକର୍ଡ କରାଯାଇଥିଲା। ଚଳିତବର୍ଷ ଉତ୍ତପ୍ତ ବାୟୁ ପ୍ରବାହ (ଲୁ)ରେ ଏ ପର୍ଯ୍ୟନ୍ତ ଅତି କମରେ ୩୦ ଜଣଙ୍କ ମୃତ୍ୟୁ ଘଟିସାରିଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆସନ୍ତ ୩ ଦିନ ପର୍ଯ୍ୟନ୍ତ ଉତ୍ତପ୍ତ ବାୟୁ ପ୍ରବାହ ଜାରି ରହିବ।
ବିଭାଗ ଅନୁସାରେ ପଶ୍ଚିମ ରାଜସ୍ଥାନର ଅଧିକାଂଶ ସ୍ଥାନରେ ଭୀଷଣ ଉତ୍ତପ୍ତ ବାୟୁ ପ୍ରବାହ ହୋଇଥିଲା। ଏହା ବ୍ୟତୀତ ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ଆନ୍ଧ୍ର ପ୍ରଦେଶ, ତେଲଙ୍ଗାନା, ଉତ୍ତର କର୍ଣ୍ଣାଟକ, ବିହାର, ଝାଡ଼ଖଣ୍ଡ, କର୍ଣ୍ଣାଟକ ଓ ମହାରାଷ୍ଟ୍ରର ଅଧିକାଂଶ ଅଞ୍ଚଳରେ ଲୁ ବହିବା ଜାରି ରହିବ ବୋଲି ଜଣାପଡ଼ିଛି।
ଚଳିତବର୍ଷ ଭୀଷଣ ତାତି ଯୋଗୁଁ ତେଲଙ୍ଗାନାରେ ସର୍ବାଧିକ ମୃତ୍ୟୁ ଘଟିଛି। କେବଳ ଗତ ୨୩ ଦିନ ଭିତରେ ସେଠାରେ ୧୭ ଜଣ ମରିଛନ୍ତି। ଆନ୍ଧ୍ରପ୍ରଦେଶରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪୩୩ ଜଣ ରୋଗରେ ପଡ଼ିଛନ୍ତି। ୨୦୧୫ରେ ମଧ୍ୟ ଏହି ଦୁଇଟି ରାଜ୍ୟରେ ପ୍ରଚଣ୍ଡ ତାତି ଅନୁଭୂତ ହୋଇଥିଲା। ସେହିବର୍ଷ କେବଳ ଆନ୍ଧ୍ରପ୍ରଦେଶରେ ୧,୩୬୯ ଜଣଙ୍କ ମୃତ୍ୟୁ ଘଟିଥିଲା। ସେହିପରି ମହାରାଷ୍ଟ୍ରରେ ଚଳିତବର୍ଷ ଗ୍ରୀଷ୍ମପ୍ରକୋପରେ ୮ ଜଣଙ୍କ ମୃତ୍ୟୁ ହୋଇସାରିଛି।
ଅନ୍ୟପକ୍ଷରେ ଦିଲ୍ଲୀ ପାଇଁ ପାଣିପାଗ ବିଭାଗ ଲାଲ୍‌ ରଂଗର ସତର୍କ ସଙ୍କେତ ପ୍ରଦାନ କରିଛି। ତେବେ ଶନିବାର ସେଠାରେ ତାପମାତ୍ରା କିଛିଟା ହ୍ରାସ ପାଇ ପୂର୍ବଦିନର ୪୭ଡିଗ୍ରୀରୁ ୪୫ଡିଗ୍ରୀରେ ପହଞ୍ଚିଛି। ସେହିପରି ଜାମ୍ମୁକାଶ୍ମୀର ଓ ହିମାଚଳର ପାହାଡିଆ ଅଞ୍ଚଳଗୁଡ଼ିକରେ ତାପମାତ୍ରା ୪୫ ଡିଗ୍ରୀ ଛୁଇଁଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories