www.samajalive.in
Monday, December 8, 2025
27.1 C
Bhubaneswar

କାର୍ଯ୍ୟଭାର ଗ୍ରହଣ କଲେ କୃଷି ମନ୍ତ୍ରୀ : ବର୍ଷା ଓ ମରୁଡ଼ି ଉପରେ ନଜର ରଖିବାକୁ ପରାମର୍ଶ

ନୂଆଦିଲ୍ଲୀ : ନରେନ୍ଦ୍ର ସିଂହ ତୋମର୍‍ ଆଜି ଆନୁଷ୍ଠାନିକ ଭାବେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପରଷୋତ୍ତମ୍‍ ରୁପାଲା ଓ କୈଳାସ ଚୌଧୁରୀ ରାଷ୍ଟ୍ରପାହ୍ୟା ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ତୋମର୍‍ କୃଷିଭବନଠାରେ ମନ୍ତ୍ରଣାଳୟର ବରିଷ୍ଠ ଅଧିକରୀମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ।

୨୦୨୨ ସୁଦ୍ଧା କୃଷକମାନଙ୍କ ଆୟ ଦ୍ୱିଗୁଣିତ କରିବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଷ୍ୟ ବିଷୟ କୃଷି ମନ୍ତ୍ରୀ ସେମାନଙ୍କୁ ସ୍ମରଣ କରାଇଥିଲେ। ଏଦିଗରେ କାର୍ଯ୍ୟ କରିବାପାଇଁ ସେମାନଙ୍କୁ ସେ ଅନୁରୋଧ କରିଛନ୍ତି । କୃଷି ସାମଗ୍ରୀର ବିକ୍ରୟ ପାଇଁ ଇ-ନାମ୍ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ଓ ସୁଦୃଢ଼ କରିବାକୁ ସେ ଗୁରୁତ୍ୱ ଆରୋପ କରିଛନ୍ତି। କୃଷି ମନ୍ତ୍ରୀ ତୋମର୍‍ କହିଛନ୍ତି, କେନ୍ଦ୍ର ସରକାର ତାଙ୍କର ପ୍ରଥମ କ୍ୟାବିନେଟ୍‍ ବୈଠକରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ପରିସର ବୃଦ୍ଧିକୁ ଅନୁମୋଦନ କରିଛନ୍ତି ଓ ପିଏମ୍‍ କିଷାନ ପେନ୍‍ସନ୍‍ ଯୋଜନା ମଞ୍ଜୁର କରିଛନ୍ତି । ଆସନ୍ତା ବର୍ଷାଋତୁରେ ମୌସୁମୀ ବର୍ଷା ଓ ମରୁଡ଼ି ପରିସ୍ଥିତି ଉପରେ କଡ଼ା ନଜର ରଖିବାକୁ ସେ ଅଧିକରୀମାନଙ୍କୁ ପରାମର୍ଶ ଦେଇଛନ୍ତି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories