www.samajalive.in
Monday, December 8, 2025
20.1 C
Bhubaneswar

ମେଥି ପନିର

ଆବଶ୍ୟକ ସାମଗ୍ରୀ
ପନିର – ୪୦୦ ଗ୍ରାମ
ମେଥି ଶାଗ – ଆବଶ୍ୟକ ପରିମାଣରେ
ଗରମ ମସଲା – ଅଳ୍ପ
ଅଦା , ରସୁଣ , ପିଆଜ ବଟା – ଆବଶ୍ୟକ ପରିମାଣରେ
ହଳଦୀ ଗୁଣ୍ଡ – ଆବଶ୍ୟକ ପରିମାଣରେ
ଗୁଜୁରାତି – ଆବଶ୍ୟକ ପରିମାଣରେ
ଜିରା – ଆବଶ୍ୟକ ପରିମାଣରେ
ଦହି – ଅଧ କପ
ହେଙ୍ଗୁ –ଅଳ୍ପ
ଘିଅ – ଆବଶ୍ୟକ ପରିମାଣରେ
ଲଙ୍କା ଗୁଣ୍ଡ – ଆବଶ୍ୟକ ପରିମାଣରେ
ଲୁଣ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ମେଥି ଶାଗକୁ ଭଲ ଭାବେ ବାଛି ଧୋଇ ଦିଅନ୍ତୁ। ଏବେ ଏହାକୁ ଛୋଟ ଛୋଟ କରି କାଟି ଦିଅନ୍ତୁ। ପନିରକୁ ମଧ୍ୟ ଚାରିକଣିଆ ଆକାରର କାଟି ରଖନ୍ତୁ। ଏହା ପରେ ଗ୍ୟାସ ଲଗାଇ ଏକ କଡ଼େଇ ଗରମ କରନ୍ତୁ। କଡ଼େଇ ଗରମ ହେବା ପରେ ଘିଅ ପକାଇ ସେଥିରେ କାଟି କରି ରଖିଥିବା ପନିରକୁ ଭାଜନ୍ତୁ। ପନିର ଭାଜି ହୋଇଗଲେ ଏହାକୁ ଏକ ପାତ୍ରକୁ କାଢି ରଖନ୍ତୁ। ଏବେ କଡ଼େଇରେ ପୁଣି ଘିଅ ଗରମ କରି ଏଥିରେ ଜିରା, ଗୁଜୁରାତି ଓ ହେଙ୍ଗୁ ପକାନ୍ତୁ। ଏହା ପରେ ପିଆଜ, ଅଦା , ରସୁଣ ବଟା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ ପକାଇ ଭଲ ଭାବେ କଷନ୍ତୁ। ମସଲା ଭଲ ଭାବେ କଷିବା ହେବା ପରେ ଏଥିରେ ଦହି ପକାନ୍ତୁ। ପୁଣି କିଛି ସମୟ କଷିବା ପରେ ଏଥିରେ ପନିର ଏବଂ ମେଥି ଶାଗ ପକାଇ ଗୋଳାନ୍ତୁ। ଏବେ ଏଥିରେ ଅଳ୍ପ ପାଣି ଦେଇ ୧୦ ମିନିଟ ଫୁଟାନ୍ତୁ। ଫୁଟିବା ପରେ ଗରମ ମସଲା ପକାଇ ୧ମିନିଟ ଫୁଟାନ୍ତୁ। ଏହା ପରେ ଏକ ପାତ୍ରକୁ କାଢି ଦିଅନ୍ତୁ ଓ ଗରମାଗରମ ଖାଆନ୍ତୁ।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories