www.samajalive.in
Sunday, December 7, 2025
15.1 C
Bhubaneswar

ପୌରାଣିକ, ଐତିହାସିକ ମହତ୍ତ୍ୱରେ ପରିପୂର୍ଣ୍ଣ ଏହି ସ୍ଥାନ

ଯଦି ଆପଣ ଭ୍ରମଣ ପ୍ରେମୀ, ତେବେ ନିଶ୍ଚୟ ବାରାଣସୀ ଯାଆନ୍ତୁ। ଦେଶର ସବୁଠାରୁ ପ୍ରାଚୀନ ନଗରୀ ରୂପରେ ବିଖ୍ୟାତ ବାରାଣସୀ ପର୍ଯ୍ୟଟକଙ୍କୁ ସର୍ବଦା ସ୍ମରଣୀୟ ଅନୁଭୂତି ଦେଇଥାଏ। ବାରାଣସୀ ଗଲେ ଆପଣ କେଉଁ କେଉଁ ସ୍ଥାନକୁ ବୁଲିବା ପାଇଁ ଯିବେ ଜାଣନ୍ତୁ….
ମନ୍ଦିର –
ବାରାଣସୀ କାଶୀ ନାମରେ ମଧ୍ୟ ପ୍ରସିଦ୍ଧ। ଏଠାକାର ପ୍ରତି ରାସ୍ତା, ଗଳିରେ ଆପଣ ମନ୍ଦିର ଦେଖିବାକୁ ପାଇବେ। ଗଙ୍ଗାନଦୀ କୂଳରେ ଏପରି ବହୁତ ମନ୍ଦିର ରହିଛି, ଯେଉଁମାନଙ୍କର ଐତିହାସିକ କଥା ଓ ନିର୍ମାଣ ଶୈଳୀର ବହୁ ମହତ୍ତ୍ୱ ରହିଛି। ଏଠାକୁ ଆସି ଶ୍ରଦ୍ଧାଳୁ ପ୍ରଥମେ କାଶୀ ବିଶ୍ୱନାଥ ମନ୍ଦିରକୁ ପ୍ରଥମେ ଯାଇ ଦର୍ଶନ କରିଥାଆନ୍ତି। ପ୍ରଭୁ ଶିବଶଙ୍କରଙ୍କୁ ଏହି ମନ୍ଦିର ସମର୍ପିତ ଅଟେ। ଏହି ମନ୍ଦିର ନିକଟରେ ମଧ୍ୟ ଅନ୍ୟାନ୍ୟ ମନ୍ଦିର ରହିଛି।
ନଦୀ ଘାଟ –
ବାରାଣସୀକୁ ଘାଟ ମାନଙ୍କ ସହର ବୋଲି ମଧ୍ୟ କୁହାଯାଏ। ଏଠାରେ ପ୍ରାୟ ୮୪ଟି ଘାଟ ରହିଛି। ଶ୍ରଦ୍ଧାଳୁମାନେ ଏଠାରେ ଗଙ୍ଗାନଦୀର ପବିତ୍ର ଜଳରେ ସ୍ନାନ କରି ସମସ୍ତ ପାପରୁ ମୁକ୍ତି ପାଆନ୍ତି ବୋଲି ମଧ୍ୟ ମାନ୍ୟତା ରହିଛି। ଏହି ନଦୀରେ କୂଳରେ ମନରେ ଖୁବ ଧାର୍ମିକ ଭାବନା ଜାଗ୍ରତ ହୋଇଥାଏ। ଯେପରି ଆପଣ ଭିନ୍ନ ଦୁନିଆରେ ଥିବା ଭଳି ମନେ ହୋଇଥାଏ। ମନରେ ଥିବା ସମସ୍ତ ଦୁଶ୍ଚିନ୍ତା ଦୂର ହେବା ସହ ଶାନ୍ତି ମିଳିଥାଏ। ଦଶାଶ୍ୱମେଧ ଘାଟରେ ହେଉଥିବା ଆଳତୀ ଦେଖିବାକୁ ଭକ୍ତଙ୍କ ବେଶ ଭିଡ଼ ଦେଖାଯାଏ। ଏତଦ ବ୍ୟତୀତ ଅସୀ ଘାଟ ଓ ମଣିକାର୍ଣ୍ଣିକା ଘାଟ ମଧ୍ୟ ଖୁବ ପ୍ରସିଦ୍ଧ।
ସାରନାଥ –
ଯଦି ଆପଣ କୋଳାହଳ ପରିବେଶରୁ ଦୂରେଇ ଶାନ୍ତ ପରିବେଶକୁ ଯିବାକୁ ଇଚ୍ଛା କରୁଛନ୍ତି ତେବେ ଆପଣ ସାରନାଥ ନିଶ୍ଚୟ ଯାଆନ୍ତୁ। ବାରାଣସୀ ଠାରୁ ଏହା ପ୍ରାୟ ୧୦ କିମି ଦୂରରେ ଅବସ୍ଥିତ। ଏଠାକାର ପରିବେଶ ମନକୁ ବିମୋହିତ କରିଥାଏ। ଏହା ବୌଦ୍ଧ ଧର୍ମାଲମ୍ବୀ ମାନଙ୍କର ତୀର୍ଥସ୍ଥଳ ଅଟେ। ଏଠାରେ ବୁଦ୍ଧଦେବ ଜ୍ଞାନ ପ୍ରାପ୍ତି କରିବା ସହ ନିଜର ପ୍ରଥମ ଉପଦେଶ ଦେଇଥିଲେ ବୋଲି ମାନ୍ୟତା ରହିଛି। ଏହାର ନିକଟରେ ବହୁ ସ୍ତୁପ ଓ ମନ୍ଦିର ରହିଛି।
ରାମନଗର ଦୁର୍ଗ – ମୋଗଲ ମାନଙ୍କ ଦ୍ୱାରା ନିର୍ମିତ ହୋଇଥିବା ରାମନଗର କିଲ୍ଲା ଠାରୁ ଗଙ୍ଗାନଦୀ ଘାଟର ଦୃଶ୍ୟ ଖୁବ ସୁନ୍ଦର। ଦଶହରା ସମୟରେ ଏହି କିଲ୍ଲାକୁ ଖୁବ ସୁନ୍ଦର ଭାବେ ସଜାଯାଏ। ରାମଲୀଳାର ଆୟୋଜନ କରାଯାଏ। ଏହା ସହର ଠାରୁ ୧୪ କିମି ଦୂରରେ ରହିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories