www.samajalive.in
Monday, December 8, 2025
17.1 C
Bhubaneswar

ଟିଭି ଡିବେଟରେ ଭାଗ ନେବେନି କଂଗ୍ରେସ ମୁଖପାତ୍ର; ୧ ମାସ ପାଇଁ କଟକଣା ଜାରି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ପରାଜୟ ବରଣ କରିବା ପରେ କଂଗ୍ରେସର ଆତ୍ମସମୀକ୍ଷା ଜାରି ରହିଛି। ଗୋଟିଏ ପଟେ ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ଚାହୁଁଥିବାବେଳେ ଅନ୍ୟପଟେ ଦଳ ନିଜର ସମସ୍ତ ମୁଖପାତ୍ରଙ୍କୁ କୌଣସି ଟିଭି ଡିବେଟରେ ଭାଗ ନ ନେବାକୁ ନିର୍ଦେଶ ଦେଇଛି। ନିର୍ବାଚନରେ ପରାଜୟ ମିଳିଛି। ଏଭଳି ସ୍ଥିତିରେ ଟିଭି ଡିବେଟରେ ତୁରନ୍ତ ମୋଦୀ ସରକାରକୁ ବିରୋଧ କରିବା ଜନସାଧାରଣଙ୍କୁ ପସନ୍ଦ ଆସିବ ନାହିଁ। ତେଣୁ ଦଳ ଏପରି ନିଷ୍ପତ୍ତି ନେଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି।

କଂଗ୍ରେସର ମିଡିଆ ଇନଚାର୍ଜ ରଣଦୀପ ସିଂହ ସୁରଜେୱାଲା ଟ୍ବିଟ୍‌ କରି ଲେଖିଛନ୍ତି, କଂଗ୍ରେସ ଏକ ମାସ ପାଇଁ ଟିଭି ଡିବେଟରେ ମୁଖପାତ୍ରମାନଙ୍କୁ ନ ପଠାଇବାକୁ ନିଷ୍ପତ୍ତି ନେଇଛି। ସମସ୍ତ ଗଣମାଧ୍ୟମ ଚ୍ୟାନେଲ ଏବଂ ସମ୍ପାଦକମାନଙ୍କୁ ଅନୁର​‌ରୋଧ କରାଯାଉଛି ଯେ ସେମାନେ ନିଜ ଶୋ’ ପାଇଁ କଂଗ୍ରେସ ପ୍ରତିନିଧିମାନଙ୍କୁ ନ ଡାକନ୍ତୁ।

- Advertisement -

ଦଳ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଏପରି ନିଷ୍ପତ୍ତି ନିଆଯିବାର କାରଣ ହେଉଛି ଡିବେଟରେ କିଛି ମିଡିଆ ଚ୍ୟାନେଲ ମୋଦୀ ସରକାରଙ୍କ ପକ୍ଷ ନେଉଛନ୍ତି। ତେଣୁ ସେଭଳି ଡିବେଟରେ କଂଗ୍ରେସ ମୁଖପାତ୍ରମାନେ ଭାଗନେଲେ ସେମାନଙ୍କୁ ଭୁଲ ସାବ୍ୟସ୍ତ କରାଯିବ। ଏହା ଦଳ ପାଇଁ ଲାଭଦାୟକ ନୁହେଁ। ଏହାସହିତ ଡିବେଟରେ କୃଷକ, ରୋଜଗାର, ଗରିବୀ ଏବଂ ମୋଦୀଙ୍କ ପ୍ରତିଶ୍ରୁତି ଉପରେ ଆଲୋଚନା ହେଉନାହିଁ। ତେଣୁ ଟିଭି ଡିବେଟରେ ଭାଗ ନ ନେବାକୁ ଦଳ ପକ୍ଷରୁ ନିର୍ଦେଶ ଜାରି ହୋଇଛି।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories