www.samajalive.in
Tuesday, December 9, 2025
16.1 C
Bhubaneswar

ଇଂଲଣ୍ଡ ଗଲେ ‘ଚାଚା କ୍ରିକେଟ୍‌’

ଲଣ୍ଡନ୍‌ : ଇଂଲଣ୍ଡରେ ​‌େ​‌ଖଳାଯିବାକୁ ଥିବା କ୍ରିକେଟ୍‌ ବିଶ୍ବକପ୍‌ରେ ପାକିସ୍ତାନ କ୍ରିକେଟ୍‌ ଦଳକୁ ସମର୍ଥନ ଦେବା ସହ ଖେଳାଳିଙ୍କ ମନୋବଳ ବଢ଼ାଇବା ଲକ୍ଷ୍ୟରେ ସେଠାକୁ ଯାତ୍ରା କରିଛନ୍ତି ‘ଚାଚା କ୍ରିକେଟ୍‌’ ନାମରେ ପରିଚିତ ସୁଫି ଅବଦୁଲ ଜଲିଲ୍‌। ମଙ୍ଗଳବାର ପାକିସ୍ତାନର ପଞ୍ଜାବ ପ୍ରଦେଶସ୍ଥିତ ସିଆଲକୋଟ୍‌ ବିମାନବନ୍ଦରରୁ ଚାଚା କ୍ରିକେଟ୍‌ ଇଂଲଣ୍ଡ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ୬୯ ବର୍ଷୀୟ ଚାଚାଙ୍କୁ ବିମାନବନ୍ଦରରେ ସ୍ଥାନୀୟ ବାସିନ୍ଦା ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ଚାଚା ଦୀର୍ଘ ୫୦ ବର୍ଷ ହେବ ପାକିସ୍ତାନ କ୍ରିକେଟ୍ ଦଳକୁ ସମର୍ଥନ କରି ଆସୁଛନ୍ତି। ବିଭିନ୍ନ ଦେଶର ଷ୍ଟାଡ଼ିୟମରେ ଚାଚାଙ୍କୁ ଦେଖିବାକୁ ମିଳିଥାଏ।
ଇଂଲଣ୍ଡ ଅଭିମୁଖେ ଯାତ୍ରା କରିବା ପୂର୍ବରୁ ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ଚାଚା କହିଥିଲେ ବିଶ୍ବକପ୍‌ରେ ଖେଳୁଥିବା ପାକିସ୍ତାନ ଦଳରେ ଅନେକ ପ୍ରତିଭାବାନ୍ କ୍ରିକେଟର୍‌ ରହିଛନ୍ତି। ଫଳରେ ଏହି ଦଳ ଭଲ ପ୍ରଦର୍ଶନ କରିବାର ଆଶା ରହିଛି। ଅନ୍ୟପକ୍ଷରେ ଇଂଲଣ୍ଡରେ ଚାଚାଙ୍କୁ ସମ୍ମାନଜନକ ଗ୍ଲୋବାଲ୍‌ ସ୍ପୋର୍ଟସ୍‌ ପ୍ରଶଂସକ ପୁରସ୍କାର ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ବିଶ୍ବକପ୍‌ ମ୍ୟାଚ୍‌ର ଦୁଇଦିନ ପୂର୍ବରୁ ଅର୍ଥାତ୍‌ ଜୁନ୍‌ ୧୨ରେ ମାଞ୍ଚେଷ୍ଟରରେ ଚାଚାଙ୍କୁ ଆୟୋଜକ କମିଟି ତରଫରୁ ସମ୍ମାନିତ କରାଯିବ। ୫୦ ବର୍ଷ ଧରି ପାକିସ୍ତାନ କ୍ରିକେଟ୍‌ ଦଳକୁ ସମର୍ଥନ କରିବା ଆସିବା ସହ ବିଭିନ୍ନ ଦେଶ ବୁଲି ଏହି ଦଳର ମ୍ୟାଚ୍‌ ଦେଖି ଆସୁଥିବାରୁ ଚାଚାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ଚାଚାଙ୍କ ସହ ଆଉ ୩ଜଣଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯିବ। ପୁରସ୍କାର ପାଇବା ସଂପର୍କରେ ଚାଚା କହିଛନ୍ତି ଦୀର୍ଘଦିନ ଧରି ପାକିସ୍ତାନ କ୍ରିକେଟ୍ ଦଳ ପ୍ରତି ତାଙ୍କ ଭଲ ପାଇବାର ଏହି ପୁରସ୍କାର ହେଉଛି ସ୍ବୀକୃତି। ତାଙ୍କୁ ପରିବାରବର୍ଗ ଓ ଶୁଭେଚ୍ଛୁମା​‌େ​‌ନ ସର୍ବଦା ସହାୟତା ପ୍ରଦାନ କରି ଆସୁଥିବାରୁ ସେମାନଙ୍କ ନିକଟରେ ସେ କୃତଜ୍ଞ। ସୂଚନାଥାଉକି ଚାଚା ୧୯୬୯ ମସିହାରେ ଲାହୋର ଷ୍ଟାଡ଼ିୟମରେ ପାକିସ୍ତାନ କ୍ରିକେଟ୍‌ ଦଳର ପ୍ରଥମ ମ୍ୟାଚ୍‌ ଦେଖିଥିଲେ। ବତ୍ତର୍ମାନ ସୁଦ୍ଧା ସେ ବିଶ୍ବ ଅନେକ ଦେଶ ବୁଲି ଷ୍ଟାଡ଼ିୟମରେ ୩୦୦ରୁ ଊର୍ଦ୍ଧ୍ବ ମ୍ୟାଚ୍‌ ଦେଖି ସାରିଲେଣି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories