www.samajalive.in
Monday, December 8, 2025
27.1 C
Bhubaneswar

କଳ୍ପନା ଦାଶଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ବର : ପର୍ବତାରୋହୀ କଳ୍ପନା ଦାଶଙ୍କ ମୃତଦେହ ମଙ୍ଗଳବାର ଉଦ୍ଧାର କରାଯାଇଛି। ମୃତଦେହ ଉଦ୍ଧାର ପରେ ଏଭରେଷ୍ଟ ବେସ୍ କ୍ୟାମ୍ପ୍-୪କୁ ଅଣାଯାଇଛି। ନେପାଳୀ ଶେର୍ପା ମୃତଦେହ ଠାବ କରି ବେସ୍ କ୍ୟାମ୍ପକୁ ମୃତଦେହ ଆଣିଥିବା ଜଣାପଡ଼ିଛି। ବେସ୍ କ୍ୟାମ୍ପରୁ ମୃତଦେହକୁ କାଠମାଣ୍ଡୁ ପଠାଯିବ। ପରେ କାଠମାଣ୍ଡୁରୁ ଭୁବନେଶ୍ବରକୁ ଅଣାଯିବ ବୋଲି କ୍ରୀଡା ବିଭାଗ ସୂଚନା ଦେଇଛି। କଳ୍ପନାଙ୍କ ମୃତଦେହ ଅଣାଯିବାକୁ ଓଡ଼ିଶାରୁ ଏକ ୩ଜଣିଆ ଟିମ୍ ଯାଇଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ; ସାରାବିଶ୍ବରୁ ପ୍ରାୟ ୨୫୦ ପର୍ବତାରୋହୀ ବୁଧବାର ଏଭରେଷ୍ଟ ଅଭିଯାନରେ ବାହାରିଥିଲେ। ସେମାନଙ୍କ ମଧ୍ୟରୁ ୨୦୦ ଜଣ ଏଭରେଷ୍ଟ ଶୃଙ୍ଗର ଶୀର୍ଷରେ ପହଞ୍ଚିବାର କୃତିତ୍ବ ହାସଲ କରିଥିଲେ। ଏହି ୨୦୦ ଜଣଙ୍କ ମଧ୍ୟରେ କଳ୍ପନା ଥିଲେ। ତେବେ ଏକାସାଙ୍ଗରେ ୨୦୦ ପର୍ବତାରୋହୀ ଏଭରେଷ୍ଟ ଶୃଙ୍ଗରେ ଚଢ଼ିଥିବାରୁ ଫେରିବା ବେଳେ ଟ୍ରାଫିକ୍ ଜାମ୍ ବା ଭିଡ଼ ହୋଇଥିଲା। ଏହି କାରଣରୁ କଳ୍ପନାଙ୍କ ସହ ୩ ଜଣ ପର୍ବତାରୋହୀ ପ୍ରାଣ ହରାଇଛନ୍ତି। ‘ଡ୍ରିମର୍ସ ଡେଷ୍ଟିନେସନ୍ ଟ୍ରେକ୍ସ’ ସଂସ୍ଥା ଆନୁକୂଲ୍ୟରେ ଆୟୋଜିତ ଏଭରେଷ୍ଟ ଶୃଙ୍ଗ ଆରୋହଣ ପାଇଁ ୫୨ ବର୍ଷ ବୟସ୍କା ଓଡ଼ିଶାର କଳ୍ପନା ଦାସ ୩ ଜଣିଆ ମହିଳା ଅଭିଯାନ ଦଳର ସଦସ୍ୟା ଥିଲେ। ଏହି ଦଳରେ ଥିବା ଅନ୍ୟ ୨ ସଦସ୍ୟା ହେଲେ ନେପାଳର କାଞ୍ଚି ମାୟା ତମାଙ୍ଗ୍ ଓ ଚୀନ୍ର ଲିୟାମୁ ମା। ତିନିହେଁ ବୁଧବାର ଏଭରେଷ୍ଟ ଚଢ଼ିବା ଆରମ୍ଭ କରିଥିଲେ ଏବଂ ଗୁରୁବାର ମଧ୍ୟାହ୍ନରେ ଶୀର୍ଷରେ ପହଞ୍ଚିବାର କୃତିତ୍ବ ହାସଲ କରିଥିଲେ। ଶାଢ଼ି ପିନ୍ଧି ଏଭରେଷ୍ଟ ଶୀର୍ଷରେ ମଧ୍ୟ କଳ୍ପନା ଫଟୋ ଉଠାଇଥିଲେ। କିଛି ସମୟ ଏଭରେଷ୍ଟ ଶୀର୍ଷରେ ରହି କଳ୍ପନା ଓହ୍ଲାଇବା ଆରମ୍ଭ କରିଥିଲେ। ତେବେ ଅଳ୍ପ କିଛି ବାଟ ଆସି ଭିଡ଼ ଯୋଗୁଁ ସେ ଅଟକି ରହିଥିଲେ। ସେଠାରେ ସେ ଅସୁସ୍ଥ ଅନୁଭବ କରିଥିଲେ ଏବଂ ସନ୍ଧ୍ୟାରେ ପ୍ରାଣ ହରାଇଥିଲେ। କଳ୍ପନାଙ୍କ ଦଳର ଅନ୍ୟ ସଦସ୍ୟା ଫୋନ୍କରି କଳ୍ପନାଙ୍କ ପରିବାରକୁ ଏହି ଦୁଃଖଦ ଖବର ଜଣାଇଥିଲେ।
୧୯୬୬ ଜୁଲାଇ ୭ରେ ଢେଙ୍କାନାଳରେ ଜନ୍ମଗ୍ରହଣ କରିଥିବା କଳ୍ପନା ଜଣେ ପେସାଦାର ପର୍ବାରୋହୀଭାେବ ଭାରତ ତଥା ରାଜ୍ୟ ପାଇଁ ବେଶ ସୁନାମ ଅର୍ଜନ କରିଥିଲେ। ୨୦୦୮ ମେ ୨୧ରେ ପ୍ରଥମ ଓଡ଼ିଆ ତଥା ପୂର୍ବାଞ୍ଚଳର ପ୍ରଥମ ମହିଳା ପର୍ବତାରୋହୀ ଭାବେ ବିଶ୍ବର ଉଚ୍ଚତମ ଶୃଙ୍ଗ ଏଭରେଷ୍ଟ ଆରୋହଣ କରି ଇତିହାସ ସୃଷ୍ଟି କରିଥିଲେ। ଏହି ଏଭରେଷ୍ଟ ଅଭିଯାନ ଲାଗି ପାଣ୍ଠି ଯୋଗାଡ଼ ପାଇଁ କଳ୍ପନା ବହୁତ ପରିଶ୍ରମ କରିଥିଲେ। ପରେ କଳ୍ପନା ୨୦୧୦ରେ ଉତ୍ତର ଆମେରିକାର ମାଉଣ୍ଟ ଡାନିଏଲ, ମାଉଣ୍ଟ କିଲିମାଞ୍ଜାରୋ, ୨୦୧୪ ଅକ୍ଟୋବର ୯ରେ ଦକ୍ଷିଣ ଆମେରିକାର ତାନଜିଞ୍ଜ ରେଞ୍ଜ, ୨୦୧୫ରେ ମାଉଣ୍ଟ କିଲିମାଞ୍ଜାରୋକୁ ସଫଳତାର ସହିତ ଆରୋହଣ କରିଥିଲେ। ଏହାଛଡା ୨୦୧୫ ଡିସେମ୍ବର ୩ରେ ଭାରତର ପ୍ରଥମ ମହିଳା ପର୍ବତାରୋହୀ ଭାବେ ବିନା ଅମ୍ଲଜାନେର ପର୍ବତାରୋହଣ କରିଥିଲେ।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories