ନୂଆଦିଲ୍ଲୀ : ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଙ୍ଗଠନ(ଡିଆର୍ଡିଓ) ରାଜସ୍ଥାନର ପୋଖରାନ୍ରୁ ସୁଖୋଇ ଲଢ଼ୁଆ ବିମାନରୁ ସ୍ୱଦେଶ ନିର୍ମିତ ୫୦୦ କିଲୋଗ୍ରାମ ଶ୍ରେଣୀର ଏକ ଗାଇଡେଡ୍ ବୋମାର ସଫଳ ପରୀକ୍ଷଣ କରିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀରେ କୁହାଯାଇଛି, ଏହି ବୋମା ନିର୍ଦ୍ଧାରିତ ଦୂରତା ପର୍ୟ୍ୟନ୍ତ ସଠିକ୍ ଲକ୍ଷ୍ୟଭେଦ କରିଛି ।
ପରୀକ୍ଷଣବେଳେ ବୋମାର ସବୁ ମିଶନ୍ ଲକ୍ଷ୍ୟଗୁଡ଼ିକ ସଫଳ ହୋଇଛି ଏବଂ ଏହା ବିଭିନ୍ନ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି। ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରୁ ସୁଖୋଇ ଯୁଦ୍ଧବିମାନରୁ ସୁପର ସୋନିକ୍ ବ୍ରହ୍ମୋସ୍ କ୍ରୁଇଜ୍ କ୍ଷେପଣାସ୍ତ୍ରକୁ ଆକାଶମାର୍ଗରୁ ସ୍ଥଳଭାଗ ଲକ୍ଷ୍ୟଭେଦୀ ସଫଳ ପରୀକ୍ଷଣର ଦୁଇ ଦିନ ପରେ ଏହି ପରୀକ୍ଷଣ କରାଯାଇଛି ।


