www.samajalive.in
Monday, December 8, 2025
20.1 C
Bhubaneswar

ଚଳଚଞ୍ଚଳ ନବୀନନିବାସ; ନୂଆ ସରକାର ଗଠନ ପାଇଁ ତତ୍ପରତା

ଭୁବନେଶ୍ବର: ନିର୍ବାଚନ ଫଳାଫଳ ପ୍ରକାଶ ପରେ ଏବେ ନବୀନ ନିବାସ ପୁଣି ଚଳଚଞ୍ଚଳ ହୋଇଛି। ଟିକଟ ବଣ୍ଟାଯିବା ସମୟରେ ଏଠାରେ ଲାଗିରହିଥିଲା ଗହଳି। ଟିକଟ ପାଇବା ପରେ ଦଳୀୟ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକ ନିଜ ନିଜ ନିର୍ବାଚନମଣ୍ଡଳୀକୁ ଯାଇ ସେଠାରେ ଜୋରସୋର ପ୍ରଚାରରେ ଲାଗିପଡ଼ିଥିଲେ। ଗତକାଲି ନିର୍ବାଚନ ଫଳାଫଳ ଘୋଷଣା ପରେ ବିଜେଡ଼ିକୁ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ମିଳିଛି। ଏବେ ସରକାର ଗଠନ ପାଇଁ ବ୍ୟାପକ ତତ୍ପରତା ଦେଖିବାକୁ ମିଳିଛି। ସକାଳୁ ସଞ୍ଜ ପର୍ଯ୍ୟନ୍ତ ଆଜି ନବୀନନିବାସକୁ ନବ ନିର୍ବାଚିତ ବିଧାୟକ, ବରିଷ୍ଠ ନେତାଙ୍କୁ ନବୀନ ନିବାସରେ ଦେଖିବାକୁ ମିଳିଥିଲା। ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ଓ ତାଙ୍କର ଆଶୀର୍ବାଦ ନେବାକୁ ଭିଡ଼ ଜମିଥିଲା।
ଗତକାଲି ଫଳାଫଳ ପ୍ରକାଶ ପାଇବା ପରେ ସନ୍ଧ୍ୟାରେ ଭୁବନେଶ୍ବର ଓ ଆଖପାଖ ବିଧାନସଭା କ୍ଷେତ୍ରର ନିର୍ବାଚିତ ବିଧାୟକମାନେ ନବୀନଙ୍କୁ ଭେଟି ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ। ତେବେ ଆଜି ସକାଳେ ନେତା, କର୍ମୀ, ମନ୍ତ୍ରୀ, ବିଧାୟକ, ଜିତିଥିବା ପ୍ରାର୍ଥୀଙ୍କୁ ନବୀନନିବାସରେ ଦେଖିବାକୁ ମିଳିଥିଲା। ‘ଫଣି’ ପ୍ରଭାବରେ ଓଡ଼ିଶାର ଅର୍ଦ୍ଧାଧିକ ଅଞ୍ଚଳ ବିପର୍ଯ୍ୟସ୍ତ ହୋଇପଡ଼ିଥିବାରୁ ଦଳ ପକ୍ଷରୁ ବିଜୟ ଉତ୍ସବକୁ କୌଣସି ଆଡ଼ମ୍ବର ସହକାରେ ପାଳନ କରାଯାଉ ନାହିଁ । ଏଥର ଶପଥ ଗ୍ରହଣ ଉତ୍ସବକୁ ମଧ୍ୟ ନିରାଡ଼ମ୍ବର ଆକାରରେ ପାଳନ ପାଇଁ ପ୍ରସ୍ତୁତି ଚାଲିଛି।
ଏସବୁ ଭିତରେ ନିର୍ବାଚନରେ ଜିତିଥିବା ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକମାନେ ଆଜି ନବୀନନିବାସ ଆସି ଦଳର ମୁଖିଆଙ୍କୁ ଭେଟି ତାଙ୍କର ଆଶୀର୍ବାଦ ନେଇଛନ୍ତି। ସକାଳୁ ସକାଳୁ ଅରବିନ୍ଦ ଢ଼ାଲି, ପିନାକୀ ମିଶ୍ର, ଅରୁଣ ସାହୁ , ବଦ୍ରିନାରାୟଣ ପାତ୍ର, ପ୍ରତାପ ଜେନା, ପ୍ରଭାତ ବିଶ୍ବାଳ ଓ ତାଙ୍କ ପୁଅ ସୌଭିକ ବିଶ୍ବାଳ, ଶଶିଭୂଷଣ ବେହେରା, ସମୀର ଦାସ, ରାଜଶ୍ରୀ ମଲ୍ଲିକ, ଅମର ଶତପଥୀ, ବିଜୟଶ୍ରୀ ରାଉତରାୟ ଏବଂ ତାଙ୍କ ପୁଅ ବିଷ୍ଣୁବ୍ରତ ରାଉତରାୟ, ପ୍ରଦୀପ ମହାରଥୀ, ଦେବୀ ମିଶ୍ର, ସୂର୍ଯ୍ୟ ପାତ୍ର, ଉମା ସାମନ୍ତରାୟ ପ୍ରମୁଖ ନବୀନଙ୍କୁ ଭେଟି ଶୁଭେଚ୍ଛା ଜଣାଇଥିଲେ।
ଅପରାହ୍ନରେ ମୁଖ୍ୟ ଶାସନ ସଚିବ ଆଦିତ୍ୟପ୍ରସାଦ ପାଢ଼ୀ, ଉନ୍ନୟନ କମିଶନର ଅସିତ ତ୍ରିପାଠୀଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀ, ବରିଷ୍ଠ ଆଇପିଏସ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ।
ଏହି ଅବସରରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଏବଂ ଅନ୍ୟ ଅଧିକାରୀ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଔପଚାରିକ ଆଲୋଚନା କରିଥିବା ଜଣାପଡ଼ିଛି।
ସନ୍ଧ୍ୟାରେ ମନ୍ତ୍ରୀ ନୃସିଂହ ସାହୁ, ପ୍ରଣବ ବଳବନ୍ତରାୟ, ରାଜେନ୍ଦ୍ର ସାହୁ, ଅନୁଭବ ମହାନ୍ତି, ସୌମ୍ୟ ପଟ୍ଟନାୟକ, ସତ୍ୟନାରାୟଣ ପ୍ରଧାନ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିରୁ ମଧ୍ୟ ବହୁ ବିଜେଡ଼ି ନେତା ଓ ଦଳୀୟ ସମର୍ଥକ ନବୀନନିବାସକୁ ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଶୁ​‌େ​‌ଭଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। କର୍ପୋରେଟର ସେକ୍ଟରରୁ ବହୁ ପଦସ୍ଥ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଶୁଭେଚ୍ଛା ଜଣାଇଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories