www.samajalive.in
Monday, December 8, 2025
27.1 C
Bhubaneswar

ନିର୍ବାଚନ କମିସନଙ୍କୁ ଦିଲ୍ଲୀ ହାଇକୋର୍ଟ ନୋଟିସ

ନୂଆଦିଲ୍ଲୀ: ରାଜନୈତିକ ଦଳଗୁଡ଼ିକ ଧାର୍ମିକ ନାମ ଓ ପ୍ରତୀକ ବ୍ୟବହାର ପ୍ରସଙ୍ଗରେ ଦିଲ୍ଲୀ ହାଇକୋର୍ଟ ନିର୍ବାଚନ କମିସନ୍‌ଙ୍କୁ ନୋଟିସ ଜାରି କରିଛନ୍ତି। ବିଜେପି ନେତା ତଥା ଆଇନଜୀବୀ ଅଶ୍ବିନୀ ଉପାଧ୍ୟାୟଙ୍କ ଦ୍ବାରା ଆଗତ ଏ ସଂକ୍ରାନ୍ତ ଏକ ଜନସ୍ବାର୍ଥ ମାମଲାରେ ଏହି ନୋଟିସ ଜାରି ହୋଇଛି। ଧାର୍ମିକ ନାମ, ପ୍ରତୀକ ସହିତ ଜାତୀୟ ପତାକା ତୁଲ୍ୟ ରଙ୍ଗ ଓ ପ୍ରତୀକ ବ୍ୟବହାର କରୁଥିବା ରାଜନୈତିକ ଦଳଗୁଡ଼ିକର ପଞ୍ଜୀକରଣ ବାତିଲ କରିବାକୁ କମିସନ୍‌ଙ୍କ ନିର୍ଦେଶ ଦେବା ପାଇଁ ଆବେଦନକାରୀ ଦାବି କରିଛନ୍ତି। ଜଷ୍ଟିସ ରାଜେନ୍ଦ୍ର ମେନନ ଓ ଜଷ୍ଟିସ ଏ.ଜେ ଭମ୍ବାନୀଙ୍କ ପୀଠ ଏହି ଦାବି ଉପରେ କେନ୍ଦ୍ର ସରକାରଙ୍କଠାରୁ ମଧ୍ୟ ଜବାବ ଲୋଡ଼ିଛନ୍ତି। ଜୁଲାଇ ୧୭କୁ ମାମଲାର ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ ହୋଇଛି। ଅଶ୍ବିନୀ ତାଙ୍କ ଆବେଦନରେ ହିନ୍ଦୁ ସେନା, ଇଣ୍ଡିଆନ୍‌ ୟୁନିୟନ ମୁସଲିମ ଲିଗ୍‌ (ଆଇୟୁଏମଏଲ), ଅଲ ଇଣ୍ଡିଆ ମଜଲିସ-ଇ-ଇତେହାଦୁଲ ମୁସଲିମିନ୍‌ (ଏଆଇଏମ୍‌ଆଇଏମ୍‌) ଭଳି ରାଜନୈତିକ ଦଳଗୁଡ଼ିକ ଦୃଷ୍ଟାନ୍ତ ରଖିଛନ୍ତି। ସେହିଭଳି କଂଗ୍ରେସର ପତାକା ଜାତୀୟ ପତାକା ସଦୃଶ୍ୟ ହୋଇଥିବା ସେ ଦର୍ଶାଇଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories