www.samajalive.in
Tuesday, December 9, 2025
17.1 C
Bhubaneswar

ୱାୟନାଡ଼ରେ ରାହୁଲ ଗାନ୍ଧୀଙ୍କ ବଡ଼ ବଜୟ

ନୂଆଦିଲ୍ଲୀ : କଂଗ୍ରେସ ଦଳ ଲୋକସଭା ନିର୍ବାଚନରେ ଶୋଚନୀୟ ଭାବେ ପରାଜୟ ଲାଭ କରିଛି। ଖୋଦ୍‍ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅମେଠି ଲୋକସଭା ଆସନରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କଠାରୁ ପଛରେ ଅଛନ୍ତି। ତେବେ ଏହା ମଧ୍ୟରେ ରାହୁଲ ଗାନ୍ଧୀ ଏକ ଇତିହାସ ରଚିଛନ୍ତି। ସେ କେରଳର ୱାୟନାଡ ଲୋକସଭା ଆସନରୁ ୪ ଲକ୍ଷରୁ ଊର୍ଦ୍ଧ୍ବ ଭୋଟରେ ବିଜୟଲାଭ କରିଛନ୍ତି। ରାହୁଲ ଗାନ୍ଧୀଙ୍କୁ ୱାୟନାଡ଼ରେ ୬ ଲକ୍ଷ ୯୯ ହଜାର ୯୦୭ ଖଣ୍ଡ ଭୋଟ ମିଳିଛି। ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ସିପିଆଇର ପିପି ସୁନୀର ୨ ଲକ୍ଷ ୭୧ ହାଜର ୨୯୪ ଖଣ୍ଡ ଭୋଟ ପାଇଛନ୍ତି। ବିଜେପି ସମର୍ଥିତ ଭାରତ ଧର୍ମ ଜନ ସେନା ପ୍ରାର୍ଥୀ ତୁଷାର ଭେଲାପାଲି ୭୮ ହଜାର ୨୨୬ ଖଣ୍ଡ ଭୋଟ ପାଇଥିବାବେଳେ ସିପିଆଇ(ଏମ) ପ୍ରାର୍ଥୀ ଉଶା କେ’ଙ୍କୁ ୧୩୯୦ ଖଣ୍ଡ, ବହୁଜନ ସମାଜ ପାର୍ଟି ପ୍ରାର୍ଥୀ ମହମ୍ମଦ ପି.କେଙ୍କୁ ୨୬୩୬ ଖଣ୍ଡ ମିଳିଛି। ଏହି ଆସନରେ ୨୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ୪ ଜଣ ପ୍ରାର୍ଥୀଙ୍କୁ ଛାଡ଼ି ଦେଲେ ଅନ୍ୟ ପ୍ରାର୍ଥୀମାନେ ଅମାନତ ହରାଇଛନ୍ତି।
ପ୍ରକାଶ ଯେ ରାହୁଲ ଗାନ୍ଧୀ ଏକ ସଙ୍ଗେ ଅମେଠି ଏବଂ ୱାୟନାଡ ଲୋକସଭା ଆସନରୁ ନିର୍ବାଚନ ଲଢୁଥିଲେ। ଅମେଠିରେ ବିଜୟ କଷ୍ଟକର ଜଣାପଡିବା ପରେ ରାହୁଲ ସଂଖ୍ୟାଲଘୁ ଭୋଟର ବହୁଳ ୱାୟନାଡ ଲୋକସଭା ଆସନକୁ ନିର୍ବାଚନ ଲଢିବା ପାଇଁ ବାଛିଥିଲେ ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଥିଲା। ଅମେଠିରେ ରାହୁଲଙ୍କ ପରାଜୟ ସ୍ଥିତି ଓ ୱାୟନାଡରେ ବିଜୟ ଏହାକୁ ସତ ପ୍ରମାଣିତ କରିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories