www.samajalive.in
Tuesday, December 9, 2025
16.1 C
Bhubaneswar

ଆନ୍ଧ୍ରପ୍ରଦେଶରେ ଧୂଳି ଚାଟିଲା ଟିଡିପି, ୱାଇଏସ୍‍ଆର କଂଗ୍ରେସର ବିଶାଳ ବିଜୟ

ଅମରାବତି : ଆନ୍ଧ୍ରପ୍ରଦେଶ ଲୋକସଭା ଓ ବିଧାନସଭା ନିର୍ବାଚନରେ ବଡ଼ଧରଣର ଓଲଟପାଲଟ ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ୱାଧୀନ ତେଲୁଗ ଦେଶମ ପାର୍ଟି (ଟିଡିପି) ଉଭୟ ନିର୍ବାଚନରେ ଧୂଳି ଚାଟିଛି। ୱାଇ.ଏସ୍‍ ଜଗନ ମୋହନ ରେଡ୍ଡୀଙ୍କ ନେତୃତ୍ୱାଧୀନ ୟୁଭାଜାନା ଶ୍ରମିକ ରାଇତୁ କଂଗ୍ରେସ ପାର୍ଟି (ୱାଏସ୍‍ଆରସିପି) ଆନ୍ଧପ୍ରଦେଶରେ ସରକାର ଗଠନ କରିବାକୁ ଯାଉଛି। ଆନ୍ଧପ୍ରଦେଶର ୧୭୫ ବିଧାନସଭା ଆସନରୁ ୱାଏସ୍‍ଆର କଂଗ୍ରେସ ପାର୍ଟି ୧୪୫ଟି ଆସନରେ ଆଗୁଆ ଚାଲୁଛି। ଶାସକଳ ଟିଡିପି ମାତ୍ର ୨୫ଟି ଆସନରେ ଆଗୁଆ ରହିଛି। ଅଭିନେତାରୁ ରାଜନେତାକୁ ଆସିଥିବା ପବନ କଲ୍ୟାଣଙ୍କ ଜନ ସେନା ପାର୍ଟି (ଜେଏସ୍‍ପି) ୫ଟି ଆସନରେ ଆଗୁଆ ରହିଛି। ଦୁଇ ଜାତୀୟ ଦଳ କଂଗ୍ରେସ ଓ ବିଜେପି ଏଠାରେ ଖାତା ଖୋଲିପାରିନାହାନ୍ତି।
ସେହିପରି ଆନ୍ଧପ୍ରଦେଶର ୨୫ ଲୋକସଭା ଆସନରୁ ୨୪ଟିରେ ୱାଏସ୍‍ଆର କଂଗ୍ରେସ ପାର୍ଟି ଆଗରେ ରହିଥିବାବେଳେ ଗୋଟିଏରେ ଟିଡିପି ଆଗରେ ଅଛି। ୱାଏସ୍‍ଆର କଂଗ୍ରେସର ଭୋଟ ପ୍ରତିଶତ ୫୦.୩% ଏବଂ ଟିଡିପିର ଭୋଟ ପ୍ରତିଶତ ୩୮% ରହିଛି।
ଉଲ୍ଲେଖ ଯେ ୨୦୧୪ରେ ଆନ୍ଧ୍ରପ୍ରଦେଶର ବିଭାଜନ ହୋଇ ତେଲଙ୍ଗାନା ସୃଷ୍ଟି ହୋଇଥିଲା। ବିଭାଜନ ପର ଆନ୍ଧ୍ରପ୍ରଦେଶର ଏହା ହେଉଛି ପ୍ରଥମ ବିଧାନସଭା ଓ ଲୋକସଭା ନିର୍ବାଚନ। ଏହି ନିର୍ବାଚନରେ ଶାସକ ଟିଡିପିକୁ ଶକ୍ତ ଧକ୍କା ଲାଗିଛି। ଜାତୀୟ ରାଜନୀତିରେ କିଛି ଦିନ ହେବ ଚର୍ଚ୍ଚାରେ ଥିବା ଚନ୍ଦ୍ରବାବୁ ନାଇଡୁଙ୍କ ଦଳ ଏହି ନିର୍ବାଚନରେ ନିଶ୍ଚିହ୍ନ ହୋଇଯାଇଛି। ଫଳରେ ଜାତୀୟ ରାଜନୀତିରେ ଆଉ ତାଙ୍କ ପାଦୁର୍ଭାବ ରହିବ ନାହିଁ ବୋଲି ରାଜନୈତିକ ସମୀକ୍ଷକମାନେ ମତବ୍ୟକ୍ତ କରିଛନ୍ତି।
ୱାଇଏସ୍‍ଆର କଂଗ୍ରେସର ସହସ୍ରାଧିକ କର୍ମୀ ଅମରାବତିସ୍ଥିତ ଦଳୀୟ କାର୍ଯ୍ୟାଳୟ ଆଗରେ ଏକାଠି ହୋଇ ବିଜୟ ଉତ୍ସବ ପାଳନ କରିଛନ୍ତି। ୱାଇଏସ୍‍ଆର କଂଗ୍ରେସର ଦଳୀୟ ବୈଠକ ମେ’ ୨୫ରେ ଡକାଯିବ ବୋଲି ସୂଚନା ଦିଆଯାଇଛି। ସେଠାରେ ଜଗନ ମୋହନ ରେଡ୍ଡୀଙ୍କୁ ବିଧାୟକ ଦଳର ନେତା ଭାବେ ନିର୍ବାଚିତ କରାଯିବ। ଏହାପରେ ମେ’ ୩୦ରେ ଜଗନ ମୋହନ ରେଡ୍ଡୀ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories