www.samajalive.in
Tuesday, December 9, 2025
16.1 C
Bhubaneswar

ରାଜସ୍ଥାନରେ ଖାତା ଖୋଲିନି କଂଗ୍ରେସ !

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ୨୦୧୯ର ଭୋଟ ଗଣତି ଚାଲିଥିବା ବେଳେ ରାଜସ୍ଥାନରେ କଂଗ୍ରେସ ଏପର୍ଯ୍ୟନ୍ତ ଖାତା ଖୋଲି ନଥିବା ସୂଚନା ମିଳିଛି । ରାଜ୍ୟରେ ୨୫ଟି ଆସନରେ ମତଦାନ ହୋଇଥିଲା। ଏକଜିଟ୍ ପୋଲ ଅନୁଯାୟୀ, ୨୫ଟି ଆସନରୁ ବିଜେପି ୨୩ ଟି ଆସନ ହାସଲ କରିବ ବୋଲି ପୂର୍ବାନୁମାନ କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ହୋଇଥିବା ଭୋଟ ଗଣତିରେ ଏକଜିଟ୍ ପୋଲର ଫଳାଫଳ ସତ ହେବାକୁ ଯାଉଥିବା ଜଣାପଡୁଛି । ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ ରାଜସ୍ଥାନରେ ୨୪ଟି ଆସନ​‌ରେ ବିଜେପି ଆଗରେ ରହିଥିବା ବେଳେ ଗୋଟିଏ ଆସନରେ ଅନ୍ୟାନ୍ୟ ଦଳ ରହିଛି । ଗତବର୍ଷ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ ସରକାର ଗଢିଥିଲେ ହେଁ ଲୋକସଭା ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ ଦଳକୁ ଶକ୍ତ ଧକ୍କା ଦେଇଛି । ରାଜ୍ୟରେ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତଙ୍କ ଯାଦୁ ଫିକା ପଡୁଥିବା ଦେଖିବାକୁ ମିଳିଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories