www.samajalive.in
Monday, December 8, 2025
27.1 C
Bhubaneswar

କିଛି ଅଲଗା ହେବାକୁ ଚାହୁଁଥିଲେ ରାଜୀବ ଗାନ୍ଧୀ; ପୁଣ୍ୟ ତିଥିରେ ଜାଣନ୍ତୁ ତାଙ୍କ ଜୀବନର ଅଜଣା କଥା

ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ରାଜୀବ ଗାନ୍ଧୀଙ୍କ ଆଜି (ମେ ୨୧) ହେଉଛି ପୁଣ୍ୟ ତିଥି। ସ୍ୱଳ୍ପ ଦିନର ରାଜନୈତିକ ଜୀବନ ମଧ୍ୟରେ ସେ ଏଭଳି କିଛି କାର୍ଯ୍ୟ କରିଛନ୍ତି ଯାହା ପାଇଁ ଆଜି ବି ତାଙ୍କୁ ସ୍ମରଣ କରାଯାଉଛି। ଆଜିର ଏହି ବିଶେଷ ଦିନ ଅବସରରେ ତାଙ୍କ ଜୀବନର କିଛି ଜଣା ଓ ଅଜଣା କଥା ବିଷୟରେ ଆସନ୍ତୁ ମନେ ପକାଇବା …

୧୯୪୪ ଅଗଷ୍ଟ ୨୦ ତାରିଖରେ ଜନ୍ମ ଗ୍ରହଣ କରିଥିବା ରାଜୀବ ଗାନ୍ଧୀ ଇନ୍ଦିରା ଗାନ୍ଧୀଙ୍କ ବଡ ପୁଅ ଥିଲେ। ରାଜୀବଙ୍କର ପ୍ରଥମରୁ ରାଜନୀତିରେ ବିଶେଷ ରୁଚି ନଥିଲା। କିନ୍ତୁ ସାନ ଭାଇ ସଞ୍ଜୟ ଗାନ୍ଧୀ ରାଜନୀତିରେ ବେଶ ଆଗ୍ରହୀ ଥିଲେ ଓ ଆମେଠୀରୁ ସାଂସଦ ନିର୍ବାଚିତ ହୋଇଥିଲେ। ରାଜୀବ ଏକ ଏୟାରଲାଇନ୍ସ କମ୍ପାନୀରେ ପାଇଲଟ ଭାବେ ଚାକିରୀ କରିଥିଲେ। ୧୯୬୬ ମସିହାରେ ସେ ଏକ ପେସାଦାର ପାଇଲଟ୍ ଭାବେ ଇଣ୍ଡିଆନ୍ ଏୟାରଲାଇନ୍ସରେ ଯୋଗ ଦେଇଥିଲେ। ଜରୁରୀକାଳୀନ ପରିସ୍ଥିତି ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ କ୍ଷମତା ହରାଇବା ପରେ ରାଜୀବ ଗାନ୍ଧୀ କିଛି ଦିନ ପାଇଁ ବିଦେଶ ଚାଲିଯାଇଥିଲେ। କିନ୍ତୁ ଭାଗ୍ୟର ବିଡମ୍ବନା ଥିଲା କିଛି ଅଲଗା। ବିମାନ ଦୁର୍ଘଟଣାରେ ସଞ୍ଜୟ ଗାନ୍ଧୀଙ୍କ ମୃତ୍ୟୁ ହେବା ପରେ ରାଜୀବ ଗାନ୍ଧୀ ସକ୍ରିୟ ରାଜନୀତିରେ ଯୋଗ ଦେଇଥିଲେ। ଉତ୍ତରପ୍ରଦେଶର ଆମେଠୀ ଲୋକସଭା ଆସନରୁ ଜିତି ସେ ହୋଇଥିଲେ ସାଂସଦ। ରାଜନୀତିରେ ଯୋଗ ଦେବାର ମାତ୍ର ୪ ବର୍ଷ ହୋଇଥିବା ବେଳେ ମା ଇନ୍ଦିରା ତାଙ୍କୁ ସବୁଦିନ ପାଇଁ ଏକ କରି ଚାଲିଯାଇଥିଲେ।

- Advertisement -
pic courtesy amarujala

ସଞ୍ଜୟ ଗାନ୍ଧୀଙ୍କ ମୃତ୍ୟୁ ଓ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ରାଜୀବ ଗାନ୍ଧୀ କଂଗ୍ରେସର ମଙ୍ଗ ସମ୍ଭାଳିଥିଲେ। ୧୯୮୪ ମସିହାରେ ବିପୁଳ ପରିମାଣ ଭୋଟରେ ବିଜୟ ଲାଭ କରି ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ ରାଜୀବ। ସରଳ ବ୍ୟକ୍ତିତ୍ବ ପାଇଁ ରାଜୀବ ଗାନ୍ଧୀ ସାଧାରଣରେ ବେଶ୍ ଜଣାଶୁଣା ଥିଲେ। ପ୍ରଧାନମନ୍ତ୍ରୀ ହେବା ପରେ ରାଜୀବ ଗାନ୍ଧୀଙ୍କୁ ଅନେକ ବିବାଦର ସାମ୍ନା କରିବାକୁ ପଡିଥିଲା। ଭୋପାଳ ଗ୍ୟାସ୍ ଦୁର୍ଘଟଣା, ଶାହବାନେ ମାମଲା,  ଲିଟ୍ଟେ ଏବଂ ବୋଫୋର୍ସ ଦୁର୍ନୀତି ମାମଲାରେ ରାଜୀବ ଗାନ୍ଧୀ ଛନ୍ଦି ହୋଇପଡିଥିଲେ। ବୋଫୋର୍ସ ଦୁର୍ନୀତି ରାଜୀବ ଗାନ୍ଧୀଙ୍କ କ୍ଷମତା ଛଡାଇ ନେଇଥିଲା। ଏହା ପରେ ରାଜୀବ ଗାନ୍ଧୀ ଦୁଇ ବର୍ଷ ପର୍ଯ୍ୟନ୍ତ ବିରୋଧୀ ଦଳରେ ଥିଲେ। ପରବର୍ତ୍ତୀ ନିର୍ବାଚନରେ କଂଗ୍ରେସର ଜିତିବା ଓ ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବାର ସମ୍ଭାବନା ବହୁତ କମ୍ ଥିଲା। କିନ୍ତୁ ଏହି ସମୟରେ ଏଭଳି ଏକ ଦୁର୍ଘଟଣା ଘଟିଲା, ଯାହାକୁ କେହି କେବେ ଭାବି ନଥିଲେ। ୧୯୯୧ ମସିହାରେ ଶ୍ରୀପେରୁମବୁଦୁରରେ ଅନୁଷ୍ଠିତ ନିର୍ବାଚନ ପ୍ରଚାର ସଭାରେ ରାଜୀବ ଗାନ୍ଧୀଙ୍କୁ ହତ୍ୟା କରାଯାଇଥିଲା। ଏହି ଖବର ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା ।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories