ବଲାଙ୍ଗୀର : ବଲାଙ୍ଗୀର ପ୍ୟାଲେସ ଲାଇନ ଅଞ୍ଚଳରୁ ରବିବାର ଏକ ନବଜାତ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି। ସ୍ଥାନୀୟ ଲୋକମାନେ ଶିଶୁକୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମେଡ଼ିକାଲରେ ଶିଶୁଟିର ପ୍ରାର୍ଥମିକ ଚିକିତ୍ସା କରାଯାଉଛି। ସୂଚନା ଯୋଗ୍ୟ, ସକାଳ ସମୟରେ ଏକ ଦମ୍ପତ୍ତି ପ୍ରାତଃ ଭ୍ରମଣରେ ଯାଉଥିବା ସମୟରେ ଏକ ଛୁଆର କାନ୍ଦିବା ସ୍ୱର ଶୁଣିବାକୁ ପାଇଥିଲେ। ସ୍ୱର ଶୁଣିବା ପରେ ସେମାନେ ପୁଲିସକୁ ଖବର ଦେବା ସହ ଶିଶୁଟିକୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଶିଶୁଟି ସୁସ୍ଥ ଥିବା ଡ଼ାକ୍ତର କହିଛନ୍ତି।
Popular Categories



