www.samajalive.in
Tuesday, December 9, 2025
16.1 C
Bhubaneswar

ସାତକୋଶିଆ ଅଭୟାରଣ୍ୟରେ ବାଘ ଗଣନା ଆରମ୍ଭ

ଗଣିଆ : ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅଧୀନ ସାତକୋଶିଆ ଅଭୟାରଣ୍ୟରେ ବାଘ ସଂଖ୍ୟା ଗଣନା ଓ ତୃଣଭୋଜି ପ୍ରାଣୀଙ୍କ ପ୍ରତ୍ୟକ୍ଷ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି। ଏହି ବନଖଣ୍ଡ ଅଧିନରେ ଥିବା ଛାମୁଣ୍ଡିଆ, କୁସଙ୍ଗ, ବାଣିଗୋଛା ପୂର୍ବ ଓ ପଞ୍ଚିମ ବନାଞ୍ଚଳ ଅଧୀନରେ ଥିବା ଗଣିଆ ବନାଞ୍ଚଳ କର୍ମଚାରୀଙ୍କ ଦ୍ୱାରା ଗଣନା କାର୍ଯ୍ୟାରମ୍ଭ କରାଯାଇଛି। ଚଳିତ ମାସ ୨୩ ତାରିଖ ପର୍ଯ୍ୟନ୍ତ ମହାବଳ,କଲରାପତରିଆ ବାଘ ଓ ଅନ୍ୟାନ୍ୟ ମାଂସାସୀ ପ୍ରାଣୀଙ୍କ ଗଣନା କରାଯିବ ବୋଲି ଉଭୟ ଛାମୁଣ୍ଡିଆ ଓ ଗଣିଆ ବନ ବିଭାଗ ତରଫରୁ ସୂଚନା ପ୍ରଦାନ କରିଛନ୍ତି। ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଅଞ୍ଚଳରେ ୬ ଦିନ ଧରି ବ୍ୟାଘ୍ର ଗଣନା କରାଯିବ ବୋଲି ଛାମୁଣ୍ଡିଆ ରେଞ୍ଜର ଜଣାଇଛନ୍ତି। ମାଂସାଶୀ ପଶୁଙ୍କ ମଳ, ରାମ୍ପୁଡା, ସ୍ୱର, ରଡି, ସହ ପିଆଇପି ଦ୍ୱାରା ପାଦ ଚିହ୍ନ ଆଦିକୁ ଲକ୍ଷ୍ୟ କରି ଗଣନା କରାଯିବ। ଏହାବ୍ୟତୀତ କ୍ୟାମେରା ଟ୍ରାପ ଦ୍ୱାରା ଗଣନା କରାଯିବ ବୋଲି ବନବିଭାଗ ତରଫରୁ ସୂଚନା ମିଳିଛି। ଏହି ଗଣନା କାର୍ଯ୍ୟରେ ବନ୍ୟପ୍ରାଣୀ ବନଖଣ୍ଡ ଅଧୀନରେ ଥିବା ମୋଟ ୩୬ଟି ବିଟର ୧୦୮ ଜଣ କର୍ମଚାରୀ ନିୟୋଜିତ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories